ଜଷ୍ଟିସ୍‌ ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ଜଷ୍ଟିସ୍‌ ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ: ଦେଶର ପ୍ରଥମ ଲୋକପାଳ ଅଧ୍ୟକ୍ଷ ଭାବେ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଜଷ୍ଟିସ୍‌ ଘୋଷଙ୍କ ନାଁକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିଲେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହାକୁ ମଞ୍ଜୁରୀ ଦେଇଛନ୍ତି।

ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଥିବା ବେଳେ ଆଉ ୪ ଜଣ ନନ୍‌ ଜୁଡିସିଆଲ ସଦସ୍ୟ ରହିଛନ୍ତି। ଏହି ୮ ଜଣଙ୍କ ନିଯୁକ୍ତିକୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି।

ଜୁଡିସିଆଲ ସଦସ୍ୟମାନେ ହେଲେ ଜଷ୍ଟିସ୍ ଦିଲ୍ଲୀପ ବି ଭୋସଲେ, ଜଷ୍ଟିସ୍‌ ପିକେ ମହାନ୍ତି, ଜଷ୍ଟିସ୍‌ ଅଭିଳାଷା କୁମାରୀ ଓ ଜଷ୍ଟିସ୍‌ ଏକେ ତ୍ରିପାଠୀ।  ସେହିପରି ନନ୍‌ ଜୁଡିସିଆଲ ସଦସ୍ୟମାନେ ହେଲେ ଦୀନେଶ କୁମାର ଜୈନ୍‌, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଡ. ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମ।

ଚୟନ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ରହିଥିଲେ।

ଜଷ୍ଟିସ୍‌ ଘୋଷ ୨୦୧୭ ମସିହାରେ ସୁପ୍ରିମ୍‌କୋର୍ଟରୁ ଅବସର ନେବାପରେ ମାନବାଧିକାର କମିଶନ୍‌ରେ ଯୋଗ ଦେଇଥିଲେ। ସେ ୧୯୯୭ରେ କ୍ୟାଲକାଟା ହାଇକୋର୍ଟର ବିଚାରପତି ହୋଇଥିଲେ। ଏହାପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ୨୦୧୩ରେ ତାଙ୍କ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟ ବିଚାରପତି କରାଯାଇଥିଲା। ସେ ବିଚାରପତି ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇ ଚର୍ଚ୍ଚାକୁ ଆସିଥିଲେ।

ଲୋକପାଳ ଅନୁସନ୍ଧାନ କମିଟି ପ୍ରଥମେ ୧୦ଟି ନାମକୁ କମିଟି ଆଗରେ ଉପସ୍ଥାପନ କରିଥିଲା। କମିଟର ସଦସ୍ୟମାନେ ସବୁ ନାଁକୁ ତର୍ଜମା କରିବା ପରେ ଜଷ୍ଟିସ୍‌ ଘୋଷଙ୍କ ନାଁକୁ ଚୂଡ଼ାନ୍ତ କରିଥିଲେ।

ଲୋକପାଳ ଆଇନ ୨୦୧୪ ମସିହା ଜାନୁଆରୀ ୧୬ରୁ ପାରିତ ହେଲାଣି। ଏହାର ୫ ବର୍ଷ ପରେ ଜଷ୍ଟିସ୍‌ ଘୋଷ ଏହି ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି। ଏହି ଆଇନ ବଳରେ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଥିଲା। ଏହି ଲୋକପାଳ ଓ ଲୋକାୟୁକ୍ତ ଅଧ୍ୟକ୍ଷମାନେ ଜନପ୍ରତିନିଧିଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ମାମଲାର ବିଚାର କରିବେ।

ଚଳିତ ବର୍ଷ ଜାନୁଆରୀରେ ହିଁ ସୁପ୍ରିମ୍‌କୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଲୋକପାଳ ଚୟନରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ୨୦୧୮ ମସିହା ସେପ୍ଟେମ୍ବର ୨୭ରେ ଲୋକପାଳ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଏହାର ମୁଖ୍ୟ ଦାୟିତ୍ୱ ନେଇଥିଲେ।



from Odisha Reporter https://ift.tt/2Fe6Qwp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages