ଆଇସିସି ଟି-୨୦ ରାଙ୍କିଙ୍ଗ୍: ପଞ୍ଚମକୁ ଉଠିଲେ ରାହୁଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଆଇସିସି ଟି-୨୦ ରାଙ୍କିଙ୍ଗ୍: ପଞ୍ଚମକୁ ଉଠିଲେ ରାହୁଲ୍

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଲୋକେଶ ରାହୁଲ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ଏକ ଟିଭି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସସପେଣ୍ଡ ହୋଇଥିବା ରାହୁଲ ଅଷ୍ଟ୍ରେଲିଆ ଦୁଇଟି ଟି-୨୦ ମ୍ୟାଚରେ ଯଥାକ୍ରମେ ୪୭ ଓ ୫୦ ରନ୍ କରିଥିଲେ । ସେହିପରି ଉକ୍ତ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଗୋଟିଏ ସ୍ଥାନ ଖସି ପଞ୍ଚମରେ ରହିଛନ୍ତି ।

ପାକିସ୍ତାନର ବାବର ଆଜମ ଓ ଆଫଗାନିସ୍ତାନର ରଶିଦ୍ ଖାନ୍ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍ ଓ ବୋଲର ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଅଛନ୍ତି । ପାକିସ୍ତାନ ୧୩୫ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଏହାପଛକୁ ଭାରତ ୧୨୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ଇଂଲଣ୍ଡ ୧୨୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ୫ ୱିକେଟ୍ ନେଇଥିବା ଇଂଲଣ୍ଡ ସ୍ପିନର ଆଦିଲ ରଶିଦ୍ କ୍ୟାରିୟରର ସର୍ବଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଛନ୍ତି ।



from Odisha Reporter https://ift.tt/2Tyvsdv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages