ଗୁଜରାଟ କଂଗ୍ରେସରେ ଫାଟ, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଗୁଜରାଟ କଂଗ୍ରେସରେ ଫାଟ, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଅହମଦାବାଦ: ସାଧାରଣ ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ସଙ୍କଟ ବଢୁଛି। କଂଗ୍ରେସର ଜାମନଗର ବିଧାୟକ ବଲ୍ଲଭ ଧରଭିୟା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ମିଶାଇ ୪ ଦିନରେ ମୋଟ ୩ ବିଧାୟକ ଦଳ ଛାଡ଼ିଥିବା ବେଳେ ଗତମାସକୁ ମିଶାଇଲେ ୫ ଜଣ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି। ଧରଭିୟା ନିଜ ଆଡୁ ସ୍ଵତଃ ପ୍ରବୃତ୍ତ ଭାବରେ ଇସ୍ତଫା ଦେଇଥିବା ସ୍ପଷ୍ଚ କରିଛନ୍ତି। ତେବେ ସେ ବିଜେପିରେ ମିଶି ପାରନ୍ତି ବୋଲି ଆକଳନ ହେଉଛି। ହେଲେ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳି ନାହିଁ।
 
ଧରଭିୟାଙ୍କ ପୁର୍ବରୁ ଧରଙ୍ଗଧର ବିଧାୟକ ପରଷୋତ୍ତମ ସବରିୟା ମାର୍ଚ୍ଚ ୮ରେ ଇସ୍ତଫା ଦେଇଥିଲେ। ପରେ ସେ ଶାସକ ଦଳ ବିଜେପିରେ ଯୋଗ ଦେଇଥିଲେ। ଜଳସେଚନ ଯୋଜନାରେ ଦୁର୍ନୀତି ଅଭିଯୋଗ କ୍ରମେ ସରବିୟା ଗତ ଅକ୍ଚୋବର ମାସରେ ଗିରଫ ହୋଇଥିଲେ। ପରେ ଗତମାସ ହାଇକୋର୍ଟରୁ ଜାମିନ ପାଇଥିଲେ। କଂଗ୍ରେସରୁ ଇସ୍ତଫା ଦେବା ବେଳେ ସବରିୟା କହିଥିଲେ ସେ କୌଣସି ଚାପରେ ଥାଇ କଂଗ୍ରେସ ଛାଡୁ ନାହାନ୍ତି। ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଦଳ ଛାଡୁଥିବା ସେ କହିଥିଲେ। ଯେଉଁ ମାମଲା ରୁଜୁ ହୋଇଛି ଆଇନ ଅନୁଯାୟୀ ସବରିୟା ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ।
 
ସେହିପରି ମାର୍ଚ୍ଚ ୮ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବିଧାୟକ ଜୱାହର ଚଭଡ଼ା। ଏହାପରେ ଶୁକ୍ରବାର ଜୱାହର ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି।
 
ଖାଲି ଏହି ୫ ନୁହନ୍ତି, କଂଗ୍ରେସର ଅନ୍ୟତମ ବିଧାୟକ ଭଗବାନ ବରାଦ ଖଣି ଦୁର୍ନୀତି ମାମଲାରେ ଗତବର୍ଷ ଜୁଲାଇ ମାସରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ପାଇଁ ଜେଲଦଣ୍ଡାଦେଶ ଭୋଗୁଛନ୍ତି । ଫଳରେ ତାଙ୍କର ବିଧାୟକ ପଦବୀ ରଦ୍ଦ ହୋଇଛି।
 
ଫେବୃଆରୀରେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଉନଝା ଆସନରୁ ଆଶା ପଟେଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଗୁଜରାଟ ବିଧାନସଭାରେ ୧୮୨ଟି ମୋଟ ଆସନରୁ ବିଜେପିର ୧୦୦ ବିଧାୟକ ଥିବା ବେଳେ ୭୧ ଜଣ କଂଗ୍ରେସର ବିଧାୟକ ଅଛନ୍ତି। ୨୦୧୬ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୮୧ଟି ଆସନ ଜିତିଥିବାବେଳେ ବିଜେପି ୯୯ଟି ଆସନ ଜିତିଥିଲା।
 
ଆଗକୁ ସାଧାରଣ ନିର୍ବାଚନ ରହିଛି। ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଗୁଜରାଟରେ କଂଗ୍ରେସ ସକ୍ରିୟ ହୋଇଥିଲା। ହେଲେ ଏବେ ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡ଼ିବା ଯୋଗୁ କଂଗ୍ରେସ ନେତୃତ୍ୱକୁ ଜୋରଦାର ଝଟକା ଲାଗିଛି।


from Odisha Reporter https://ift.tt/2VSZgye

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages