
ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଏଠାରେ ଆତଙ୍କବାଦୀମାନେ ସର୍ବସମ୍ମୁଖରେ ଜଣେ ପୂର୍ବତନ ସ୍ପେଶାଲ ପୁଲିସ୍ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଅଧିକାରୀ ଜଣଙ୍କ ନାଁ ଆଶିକ ଅହମଦ ନାୟେକ।
ପିଙ୍ଗଲେନା ଅଞ୍ଚଳରେ ଆଜି ଆଶିକ ଚାଲିଚାଲି ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପଛରେ ଥିବା ଆତଙ୍କବାଦୀମାନେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି। ପିଙ୍ଗଲେନା ଅଞ୍ଚଳରେ ଦୁଇ ତଳେ ଏନ୍କାଉଣ୍ଟର ହୋଇଥିଲା। ଏଥିରେ ୩ ଜଣ ଆତଙ୍କୀ ନିହତ ହୋଇଥିଲେ।
ଜମ୍ମୁ-କଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରୀରେ ୨୫ ବର୍ଷୀୟ ଆଶିକ କାର୍ଯ୍ୟ କରୁଥିଲେ। ହେଲେ ସେପ୍ଟେମ୍ବର ମାସରେ ସେ ଏଥିରୁ ଇସ୍ତଫା ଦେଇଥିଲେ।
from Odisha Reporter https://ift.tt/2TBFU3U
No comments:
Post a Comment