
ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇରେ ଭାରତୀୟ ବୀମା କମ୍ପାନୀ (ଏଲଆଇସି) ୫୧ ପ୍ରତିଶତ ପୁଞ୍ଜି ନିବେଶ କରିବା ପରେ ଘରୋଇ ବ୍ୟାଙ୍କର ମାନ୍ୟତା ପାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଇଡିବିଆଇ ବ୍ୟାଙ୍କକୁ ରାଷ୍ଟ୍ରାୟତ ବ୍ୟାଙ୍କରୁ ଘରୋଇ ବ୍ୟାଙ୍କର ମାନ୍ୟତା ଦେଇଛି।
Re-categorization of IDBI Bank Ltd. as a Private Sector Bankhttps://t.co/P3WWUov9PB
— ReserveBankOfIndia (@RBI) 14 March 2019
ସୂଚନାଯୋଗ୍ୟ ଆଇଡିବିଆଇ ବ୍ୟାଙ୍କ ୧୦ ହଜାର କୋଟି ଟଙ୍କାର ଋଣ ଭାରରେ ବୁଡ଼ି ରହିଛି। ଏଲଆଇସି ୫୧ ପ୍ରତିଶତ ସହ ୧୩ ହଜାର କୋଟି ଟଙ୍କା ନିବେଶ କରିବା ପରେ ଋଣଭାରରୁ ମୁକୁଳିଛି ଏହି ନୂଆ ଘରୋଇ ବ୍ୟାଙ୍କ। ବହୁଦିନରୁ ବ୍ୟାଙ୍କରେ ପରିଣତ ହେବା ପାଇଁ ଏଲଆଇସି ଚେଷ୍ଟା ଜାରି କରିଆସୁଥିଲା। ଆଇଡିବିଆଇ ବ୍ୟାଙ୍କରେ ୫୧ ପ୍ରତିଶତ ପୁଞ୍ଜି ବିନିଯୋଗ କରି ବ୍ୟାଙ୍କିଙ୍ଗ ଶିଳ୍ପରେ ପାଦ ଥାପିଛି।
ସାରା ଦେଶରେ ଏଲଆଇସିର ୨ ହଜାର ଶାଖା ରହିଛି। ଏହି ଜରିଆରେ ଆଇଡିବିଆଇ ବ୍ୟାଙ୍କକୁ ଯୋଡ଼ି ନିଜ ଵ୍ୟବସାୟକୁ ଆଗକୁ ନେବାକୁ ଏଲଆଇସି ଚେଷ୍ଟା କରିବ ବୋଲି ଆଶା ରଖିଛି। ଏଲଆଇସିରେ ସାରା ଦେଶରେ ୨୨ କୋଟି ଗ୍ରାହକ ରହିଛନ୍ତି। ଯେଉଁମାନେ ବିଭିନ୍ନ ବୀମା ପଲିସି କରିଛନ୍ତି।
from Odisha Reporter https://ift.tt/2O8hcSt
No comments:
Post a Comment