
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିକଟ ବଣ୍ଟନକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ। ଏହି କ୍ରମରେ ଆଜି ଦଳ ଛାଡ଼ିଛନ୍ତି ଆଉ ଜଣେ ନେତ୍ରୀ। ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକଟ ନମିଳିବା ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ। କେବଳ ବାସନ୍ତୀ ନୁହେଁ ବିଜେଡିରୁ ଏକାଧିକ ନେତା ଦଳ ଛାଡ଼ିଲେଣି।
ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡି ଛାଡିଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡି ଛାଡିଛନ୍ତି।
ବିଜେଡିରୁ ଇସ୍ତଫା ଦେଇଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ପଦ୍ମ ଧରିଛନ୍ତି। ତାଙ୍କ ପଛେ ପଛେ ସୁନ୍ଦରଗଡ଼ ବିଜେଡିର ଟାଣୁଆ ନେତ୍ରୀ କୁସୁମ୍ ଟେଟେ, ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ଏଥିସହ ବିଜେଡିରୁ ଇସ୍ତଫା ଦେଇ ପୂର୍ବତନ ମୟୂରଭଞ୍ଜ ସାଂସଦ ଲକ୍ଷ୍ମଣ ଟୁଡୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗଦେଇଛନ୍ତି।
from Odisha Reporter https://ift.tt/2JtgeBO
No comments:
Post a Comment