ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ଡ୍ରାଗନ୍‌ ଚିକେନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ଡ୍ରାଗନ୍‌ ଚିକେନ୍’

ଆବଶ୍ୟକ ସାମଗ୍ରୀ : ବୋନ୍‌ଲେସ୍‌ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଫୁଡ୍‌ କଲର୍, ଶୁଖିଲା ଲଙ୍କା, କଟା ପିଆଜ, ବଟା ରସୁଣ, ବଟା କଞ୍ଚାଲଙ୍କା, ଧଳା ଗୋଲ ମରିଚ ଗୁଣ୍ଡ, ଟମୋଟୋ ସସ୍‌, ଚିଲି ସସ୍‌ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ପରିଷ୍କାର କରି ଦୋଇଦିଅନ୍ତୁ। ଏକ ପାତ୍ରରେ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଅଳ୍ପ ଫୁଡ୍‌ କଲର ଓ ଲୁଣ ପକାଇ ଭଲଭାବେ ଗୋଳାଇଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଚିକେନ୍‌ ଗୁଡ଼ିକୁ ଛାଣିଦିଅନ୍ତୁ ଓ ଅଲଗା ପାତ୍ରକୁ କାଢ଼ି ରଖନ୍ତୁ।

ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଦୁଇଟି ଶୁଖିଲା ଲଙ୍କାକୁ ଭାଙ୍ଗି ପକାନ୍ତୁ। ଏବେ ବଟା ରସୁଣ ଓ ବଟା କଞ୍ଚାଲଙ୍କା ପକାଇ ଏହା ବାଦାମୀ ରଙ୍ଗ ହେବା ଯାଏ କଷନ୍ତୁ। ଏହାପରେ କଟା ପିଆଜ ପକାଇ ପୁଣିଥରେ ଭାଜନ୍ତୁ। ଟିକେ ଲାଲ୍‌ ହୋଇଆସିଲେ ଏଥିରେ ଅଳ୍ପ ପାଣି, ଧଳା ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍‌, ସୋୟା ସସ୍‌ ଓ ଲୁଣ ପକାଇ ପାଣି ମରିଗଲା ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ମରିଗଲେ ଏହାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଡ୍ରାଗନ୍ ଚିକେନ୍’।



from Odisha Reporter https://ift.tt/2ukPs4a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages