ସରକାର ଗଢ଼ିଲେ ନ୍ୟାୟିକ ସଂସ୍ଥାକୁ ସୁଦୃଢ଼ କରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ସରକାର ଗଢ଼ିଲେ ନ୍ୟାୟିକ ସଂସ୍ଥାକୁ ସୁଦୃଢ଼ କରିବ ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଚାର ବିଭାଗୀୟ ସଂସ୍ଥାଗୁଡିକୁ ଦୁର୍ବଳ କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ଜିଦ୍‌ ଓ ଏକଛତ୍ରବାଦୀ ମନୋବୃତ୍ତି ଏହାର ସ୍ପଷ୍ଟ ଉଦାହରଣ। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ନବୀନ ସରକାରଙ୍କ ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏହି ବିଚାର ବିଭାଗୀୟ ସଂସ୍ଥାକୁ ସୁଦୃଢ କରାଯିବ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି,“ହାଇକୋର୍ଟ ଗୁଡ଼ିକରେ ବହୁ ମକଦ୍ଦମା ବିଚାର ନହୋଇ ପଡ଼ିରହୁଥିବାରୁ କେନ୍ଦ୍ର ସରକାରଙ୍କ ସରକାରୀ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ଆଇନ୍‌ ବଳରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ଓ ରାଜ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ପ୍ରତିଷ୍ଠା କରିଥିଲେ। ସେହି ଅନୁସାରେ ୧୯୮୬ ଜୁଲାଇ ୧୪ ତାରିଖରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ଗଠନ ହେଲା। ଏହା ବଳରେ ରାଜ୍ୟର କର୍ମଚାରୀମାନେ ତ୍ୱରିତ ନ୍ୟାୟ ପାଇଲେ। ହେଲେ ରାଜ୍ୟ ସରକାରଙ୍କ ଦୂରଦୁଷ୍ଟି ଅଭାବରୁ ୨୦୧୫ ସେପ୍ଟେମ୍ୱର ୯ ତାରିଖରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ କରିଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଲେ। ସରକାରଙ୍କ ଏଭଳି ମନମୁଖୀ ନିଷ୍ପତ୍ତି ବିରୋଧରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନେତୃତ୍ୱରେ ସାରା ରାଜ୍ୟରେ ଆଇନଜୀବୀ ଆନ୍ଦାଳନ କରିଥିଲେ। ସରକାର ଏହାର ପୁର୍ନବିଚାର କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସରକାର ତାଙ୍କ ଜିଦରେ ଅଟଳ ରହିଥିଲେ।”

ଶ୍ରୀ ହରିଚନ୍ଦନ କହିଛନ୍ତି,“ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ, ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌)ରେ ଗତ ୨୦୧୮ ଏପ୍ରିଲ ୩୦ ତାରିଖ ସୁଦ୍ଧା ୭୧ ହଜାର ୧୦୯ଟି ମାମଲା ବିଚାର ଅପେକ୍ଷାରେ ରହିଛି। ବର୍ତ୍ତମାନ ସେହି ସଂଖ୍ୟା ଆହୁରି ବୃଦ୍ଧି ପାଇସାରିଛି। ୨୦୧୮ ଅଗଷ୍ଟ ୨୫ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୬୭ ହଜାର ୯୮୧ ମକଦ୍ଦମା ବିଚାରାଧୀନ ରହିଛି। ଏ ସବୁ ମକଦ୍ଦମାକୁ ହାଇକୋର୍ଟଙ୍କୁ ବିଚାର ପାଇଁ ଦେଲେ, ସରକାରୀ କର୍ମଚାରୀ ତ୍ୱରିତ ନ୍ୟାୟ ପାଇ ପାରିବେନାହିଁ। ସରକାର ତାଙ୍କର ଜିଦ୍‌ରେ ଅଟଳ ରହି ସ୍ୟାଟ୍‌ରେ ଚେୟାରମ୍ୟାନ ଓ ଅନ୍ୟ ସଦସ୍ୟଙ୍କୁ ନିଯୁକ୍ତି ନଦେବା ଯୋଗୁ ୮ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲରେ ବର୍ତ୍ତମାନ ଜଣେ ମାତ୍ର ସଦସ୍ୟ ଅଛନ୍ତି ଓ ଏହା ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ମୁଖ୍ୟ ବେଞ୍ଚ ଭୁବନେଶ୍ୱରରେ ଥିବାବେଳେ କଟକରେ ଆଉ ଗୋଟିଏ ବେଞ୍ଚ ଥିଲା। ସମ୍ୱଲପୁର ଓ ବ୍ରହ୍ମପୁରଠାରେ ସର୍କିଟ ବେଞ୍ଚ ରହିଛି। ଏ ସମସ୍ତ ପ୍ରାୟ ବନ୍ଦ ହୋଇଗଲାଣି। କେନ୍ଦ୍ର ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ରାଜ୍ୟରେ ସୁରୁଖୁରୁରେ ଚାଲିଥିବା ବେଳେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ କାହିଁକି ଉଚ୍ଛେଦ କରାଯାଉଛି?”

୨୦୧୩ ମସିହାରୁ ଓଡ଼ିଶାରେ ଲୋକପାଳ ନଥିବା ଓ ୨୦୧୪ ମସିହାରୁ ରାଜ୍ୟ ମାନବିକ ଅଧିକାର କମିଶନ ଲାଗି ଅଧ୍ୟକ୍ଷ ଏବଂ ଏହାର ସମସ୍ତ ସଦସ୍ୟ ପଦବୀ ପୂରଣ କରାଯାଉ ନଥିବା ଘଟଣାରୁ ରାଜ୍ୟ ସରକାରଙ୍କର ବିଚାର ବିଭାଗୀୟ ସଂସ୍ଥା ପ୍ରତି ଥିବା ବିମୁଖତାର ପ୍ରମାଣ ମିଳୁଛି। ରାଜ୍ୟ ମହିଳା କମିଶନରେ ମଧ୍ୟ ଅନୁରୂପ ଅଵସ୍ଥା ଜାରି ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।



from Odisha Reporter https://ift.tt/2ILtq4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages