ମାସୁଦକୁ ଆତଙ୍କୀ ଘୋଷଣାରେ ଚୀନ୍‌ କଣ୍ଟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ମାସୁଦକୁ ଆତଙ୍କୀ ଘୋଷଣାରେ ଚୀନ୍‌ କଣ୍ଟା!

ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦର ପ୍ରାୟ ସମସ୍ତ ରାଷ୍ଟ୍ର ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଏକମତ ହୋଇଥିବା ବେଳେ ଚୀନ୍‌ କିନ୍ତୁ ଏ ସଂକ୍ରାନ୍ତ ଭୋଟ୍‌ ପୂର୍ବରୁ ଏକ ନୂଆ ଚାଲ ଚଳାଇଛି। ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚୀନ୍‌ ମାସୁଦ ବିରୋଧରେ ପ୍ରମାଣ ଦେବାକୁ ପୁଣିଥରେ ଦାବି କରିଛି।

ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଫେବୃଆରୀ ୨୭ରେ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ। ଆଜି ବିଳମ୍ବିତ ରାତିରେ ଏହା ଉପରେ ଭୋଟ୍‌ ହେବ। କିନ୍ତୁ ଏହା ପୂର୍ବରୁ ଚୀନ୍‌ ମାସୁଦ ସପକ୍ଷରେ ବୟାନ ଦେଇଛି। ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟପାତ୍ର ଲୁ କାଙ୍ଗ କହିଛନ୍ତି, “ଚୀନ୍‌ ଏହି ପ୍ରସଙ୍ଗରେ ଏମିତି କିଛି ସମାଧାନ ଚାହୁଁଛି, ଯାହା ଉଭୟ ପକ୍ଷଙ୍କୁ ସୁହାଇବ। ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ପୂର୍ବରୁ ତା’ ବିରୋଧରେ ପ୍ରମାଣ ଅଣାଯିବା ଦରକାର। ଚୀନ୍‌ ସର୍ବଦା ଏହି ପ୍ରସଙ୍ଗରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଆଗକୁ ମଧ୍ୟ ଚୀନ୍‌ ସମାନ ନୀତି ଆପଣାଇବ।”

ଭାରତ ସରକାର ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟଙ୍କୁ ପୁଲୱାମା ଆତଙ୍କୀ ହମ୍‌ଲା ପଛରେ ଜୈଶର ହାତ ଥିବା ପ୍ରମାଣ ସହ ଦସ୍ତାବିଜ୍‌ ଦେଇଛନ୍ତି। ଏଥିସହ ମାସୁଦ କେଉଁଭଳି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛି, ତା’ର ଏକ ଅଡିଓ ଟେପ୍‌ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦରେ ଦାଖଲ କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଚୀନ୍‌ ମାସୁଦକୁ ଘଣ୍ଟ ଘୋଡ଼ାଇ ଚାଲିଛି। ୨୦୧୭ରେ ମଧ୍ୟ ଚୀନ୍‌ ମାସୁଦ ସପକ୍ଷରେ ଭିଟୋ ପ୍ରୟୋଗ କରିଥିଲା। ଫଳରେ ସେ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ହୋଇପାରି ନଥିଲା।

ଉଲ୍ଲେଖଯୋଗ୍ୟ, କେବଳ ପୁଲୱାମା ନୁହେଁ, ମାସୁଦ ନିର୍ଦ୍ଦେଶରେ ଜୈଶର ଆତଙ୍କବାଦୀମାନେ ଉରି, ପଠାନକୋଟ୍‌ ଏବଂ ଭାରତର ସଂସଦ ଉପରେ ମଧ୍ୟ ଆକ୍ରମଣ କରିଥିଲେ।



from Odisha Reporter https://ift.tt/2u44xqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages