ଜୀବନ ଯୁଦ୍ଧରେ ହାରିଗଲେ ପାରିକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଜୀବନ ଯୁଦ୍ଧରେ ହାରିଗଲେ ପାରିକର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଭାବେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ସଂଖ୍ୟା ଗରିଷ୍ଠତା ବିନା ସରକାର ଗଠନ ଭଳି ଲଢ଼େଇ ଜିତିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ଶ୍ରୀ ପାରିକର ଦୀର୍ଘଦିନ ଧରି ଯନ୍ତ୍ରଣା ଭୋଗିବା ପରେ ୬୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

ଦୀର୍ଘଦିନ ଧରି କ୍ୟାନ୍ସର ଜନିତ ଯନ୍ତ୍ରଣା ପାରିକରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ପାଖରେ ହାର ମାନିଥିଲା ଏବଂ ତାଙ୍କୁ ଦୈନନ୍ଦିନ ଦାୟିତ୍ୱ ସମ୍ପାଦନ କରିବାରୁ ରୋକିପାରିନଥିଲା। ନାକରେ ଟ୍ୟୁବ୍‌ ଲାଗିଥିବା ଅବସ୍ଥାରେ ମଧ୍ୟ ସେ ନିଜର ଦାୟିତ୍ୱ ନିର୍ବାହ କରି ଚାଲିଥିଲେ। ଏହି ସମୟରେ ଗୋଆ, ମୁମ୍ବାଇ, ନୂଆଦିଲ୍ଲୀ ଏବଂ ନ୍ୟୁୟର୍କର ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। କିନ୍ତୁ ଶେଷରେ ଗତ ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ସ୍ଥିତିକୁ ଚାଲି ଯାଇଥିଲା।

୪ଥର ଗୋଆ ମୁଖ୍ୟମନ୍ତ୍ରୀ ହୋଇସାରିଥିବା ପାରିକର ଗତ ଜାନୁଆରୀରେ ହିଁ କହିଥିଲେ, “ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଗୋଆର ସେବା କରିବି।”

ଜାନୁଆରୀରେ ଗୋଆ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ସମୟରେ ସେ କହିଥିଲେ, “ବର୍ତ୍ତମାନ ମୋର ସ୍ସ୍ଵାସ୍ଥ୍ୟ ମୋତେ ପୂର୍ଣ୍ଣ ବଜେଟ୍‌ ଅଭିଭାଷଣ ରଖିବାର ସୁଯୋଗ ଦେଇପାରୁ ନାହିଁ। କିନ୍ତୁ ମୋ ଜୋଶ୍‌ ହାଇ ଅଛି, ବହୁତ ହାଇ ଅଛି ଏବଂ ମୁଁ ଫୁଲ୍‌ ହୋଶ୍‌ରେ ଅଛି।” ସେ ଫିଲ୍ମ ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ୍‌’ରୁ ଏହି ସଂଳାପ ଆଣିଥିଲେ ଯାହାକି ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଘଟିଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପର୍ଯ୍ୟବସିତ ଥିଲା। ଗୁରୁତ୍ୱପୂର୍ଣ୍ଣ ରାଫେଲ୍‌ ପ୍ରତିରକ୍ଷା ଡିଲ୍‌ ମଧ୍ୟ ତାଙ୍କ ଅମଳରେ ହୋଇଥିଲା।

ଚରମ ଯନ୍ତ୍ରଣା ଭୋଗ କରିବା ସତ୍ତ୍ୱେ ସେ ବିଜେପିର ସାଙ୍ଗଠନିକ କାର୍ଯ୍ୟରୁ ନିଜକୁ ଦୂରେଇ ନଥିଲେ। ଆଇଆଇଟିରୁ ଉତ୍ତୀର୍ଣ୍ଣ ହେବା ପରେ ଆରଏସ୍‌ଏସ୍‌ ସହିତ ଜଡ଼ିତ ହୋଇଥିବା ପାରିକରଙ୍କ ଜୀବନର ଶେଷ ପର୍ଯ୍ୟାୟରେ କଂଗ୍ରେସ ରାଫେଲ୍‌ ଡିଲ୍‌କୁ ନେଇ ତାଙ୍କୁ ଛନ୍ଦିବାରେ ଲାଗିଥିଲା।

୧୯୮୮ ମସିହାରେ ପାରିକର ସଂଘରୁ ବିଜେପିକୁ ଅର୍ଥାତ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୯୧ ମସିହାରେ ସେ ପ୍ରଥମେ ଉତ୍ତର ଗୋଆରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୪ ମସିହାରେ ସେ ପାଣାଜୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ପାରିକର ପ୍ରଥମ ଥର ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥି ସହିତ ସେ ହୋଇଥିଲେ ଦେଶର ପ୍ରଥମ ଆଇଆଇଟି ପଢୁଆ ମୁଖ୍ୟମନ୍ତ୍ରୀ।

ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକପ୍ରକାଶ କରି କହିଛନ୍ତି, ମନୋହର ପାରିକରଙ୍କ ପରଲୋକ ଖବର ମୋତେ ଗଭୀର ଦୁଃଖ ଦେଇଛି। ସାର୍ବଜନୀନ ଜୀବନ ପ୍ରତି ତାଙ୍କର ଅବଦାନ, ଗୋଆ ଏବଂ ଭାରତବାସୀଙ୍କ ପ୍ରତି ତାଙ୍କର ସେବା ଅଭୁଲା ହୋଇ ରହିବ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରି କହିଛନ୍ତି, “ମନୋହର ପାରିକର ଆଧୁନିକ ଗୋଆର ନିର୍ମାତା। ସମସ୍ତଙ୍କୁ ନିଜର କରିବାର ଦକ୍ଷତା ଏବଂ ଜନହିତକର ଶାସନ ପାଇଁ ମନୋହର ପାରିକର ଜନମାନସରେ ସବୁଦିନ ପାଇଁ ରହିବେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ତାଙ୍କ ଅବଦାନ ପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ। ସ୍ୱଦେଶୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ।”

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେ ସବୁ ସମୟରେ ତାଙ୍କୁ ମନେ ପକାଇବୁ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ନିକଟରେ ସମବେଦନା ଜଣାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି, “ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ଖବର ପାଇ ଦୁଃଖିତ। ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ଅନୁଗାମୀଙ୍କୁ ସମବେଦନା ଜଣାଉଛି।”

ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗଭୀର ଶୋକପ୍ରକାଶ କରି କହିଛନ୍ତି, “ମନୋହର ପାରିକରଙ୍କ ସରଳତା, ସାଧୁତା ଏବଂ ପ୍ରଶାସନିକ ଦକ୍ଷତା ପାଇଁ ତାଙ୍କ ପ୍ରତି ସବୁ ସମୟରେ ସମସ୍ତଙ୍କର ସମ୍ମାନ ରହିବ। ଅସୁସ୍ଥତା କାରଣରୁ ଆମ ନିକଟରୁ ସେ ଚାଲିଯିବା ସମଗ୍ର ଭାରତବର୍ଷ ପାଇଁ ଏକ ଅପୂରଣୀୟ କ୍ଷତି।”

ମନୋହର ପାରିକରଙ୍କ ସ୍ମୃତିରେ ଶୋକ ପ୍ରକାଶ କରିବା ପାଇଁ ଆସନ୍ତାକାଲି ସକାଳ ୧୧ଟା ସମୟରେ କେନ୍ଦ୍ର କ୍ୟାବିନେଟ୍‌ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।



from Odisha Reporter https://ift.tt/2Ob6oTR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages