
ନୂଆଦିଲ୍ଲୀ: ଭାରତରେ ଟେନିସକୁ ନୂଆ ପରିଚୟ ଦେଇଥିବା ଟେନିସ୍ ଷ୍ଟାର ସାନିଆ ମିର୍ଜା ଲମ୍ବା ସମୟ ପରେ କୋର୍ଟକୁ ଫେରିଛନ୍ତି। ଗର୍ଭାବସ୍ଥା କାରଣରୁ ଟେନିସରୁ ଦୀର୍ଘ ଦିନ ଦୂରେଇ ରହିଥିବା ସାନିଆ ଖୁବଶୀଘ୍ର ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳିବାକୁ ଅଣ୍ଟା ଭିଡ଼ିଲେଣି। ସାନିଆ ଆଗାମୀ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ସାନିଆଙ୍କ ପ୍ରାକ୍ଟିସ୍ କରୁଥିବାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସାନିଆ ଏବେ ନୂଆ ରୂପରେ ଭାରତୀୟ ଯୁବ ଖେଳାଳିଙ୍କୁ ଟେନିସ୍ ଖେଳ ପ୍ରତି ପ୍ରୋତ୍ସାହନ କରିବେ। ସାନିଆ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ପ୍ରଥମଥର କୋର୍ଟରେ ପ୍ରାକ୍ଟିସ୍ କରିଛନ୍ତି ଏବଂ ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଏହାକୁ ପୋଷ୍ଟ କରିଛନ୍ତି।
ଦେଖନ୍ତୁ ଭିଡିଓ
So… this happened today
pic.twitter.com/4J2crpSrG5
— Sania Mirza (@MirzaSania) March 10, 2019
ସାନିଆ ନିଜର ପ୍ରତ୍ୟାବର୍ତ୍ତନ ନେଇ କିଛି ଦିନ ପୂର୍ବେ କପିଲ୍ ଶର୍ମାଙ୍କ ଶୋ’ରେ ସୂଚନା ଦେଇଥିଲେ। ଶୋ’ରେ ସେ କହିଥିଲେ, ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ୟୁଏସ୍ ଓପନ ଖେଳି ଟେନିସ କୋର୍ଟକୁ ଫେରିବେ। ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ।
from Odisha Reporter https://ift.tt/2TNGOth



No comments:
Post a Comment