
ନୂଆଦିଲ୍ଲୀ: ଜାନୁଆରୀ ମାସରେ ରାଜନୀତିରେ ପାଦ ଦେଇଥିବା ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ସେ ଦଳ ପାଇଁ ବିଶେଷ କରି ଉତ୍ତର ପ୍ରଦେଶରେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଏହି ସୂତ୍ରରେ କୁହାଯାଇଛି ଯେ ପ୍ରିୟଙ୍କା ନୂଆ କରି କଂଗ୍ରେସର ମହାସଚିବ ହୋଇଛନ୍ତି। ଏଥିସହ ସେ ଦଳର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି। ତେଣୁ ଯଦି ସେ ନିର୍ବାଚନ ଲଢ଼ିବେ, ତା’ହେଲେ ପ୍ରଚାର ପାଇଁ ଉପଯୁକ୍ତ ସମୟ ଦେଇପାରିବେ ନାହିଁ। ତେଣୁ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରିୟଙ୍କା ନିର୍ବାଚନ ନ ଲଢ଼ିଲେ ମଧ୍ୟ ମା’ ସୋନିଆ ଗାନ୍ଧି ଓ ଭାଇ ରାହୁଲ ଗାନ୍ଧିଙ୍କୁ ସକ୍ରିୟ ଭାବେ ସବୁ କ୍ଷେତ୍ରରେ ସହଯୋଗ କରିବେ। କେବଳ ରାହୁଲ କିମ୍ବା ସୋନିଆ ନୁହନ୍ତି, କଂଗ୍ରେସର ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ପ୍ରିୟଙ୍କା ପ୍ରଚାର କରିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2SYJwaZ
No comments:
Post a Comment