ସାର୍‌ ନୁହେଁ ରାହୁଲ ଡାକିବାକୁ ଛାତ୍ରୀମାନଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ସାର୍‌ ନୁହେଁ ରାହୁଲ ଡାକିବାକୁ ଛାତ୍ରୀମାନଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ପରାମର୍ଶ

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚେନ୍ନାଇର ଷ୍ଟେଲା ମ୍ୟାରିସ୍‌ କଲେଜ୍‌ରେ ଯୁବ ଛାତ୍ରୀମାନଙ୍କ ସହ କଥା ହେବା ବେଳେ ଏକ ଚମତ୍କାର କଥା କହିଛନ୍ତି।

ରାହୁଲ ଗାନ୍ଧିଙ୍କୁ ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ସାର୍‌ ସାର୍‌ ବୋଲି ସମ୍ବୋଧନ କରୁଥିଲେ। ହେଲେ ରାହୁଲ ସେମାନଙ୍କୁ ଏପରି ନ କହି ବରଂ ରାହୁଲ ଡାକିଲେ ଭଲ ବୋଲି କହିଛନ୍ତି। ରାହୁଲଙ୍କ ଏଭଳି ବୟାନ ଶୁଣି ଛାତ୍ରୀମାନେ ରାହୁଲଙ୍କ ନାଁରେ ନାରାବାଜି କରିବା ସହ ତାଙ୍କ ପ୍ରଶଂସା କରିଥିଲେ।

ଏହାପରେ ଛାତ୍ରୀମାନେ ରାହୁଲଙ୍କୁ ନାଁ ଧରି ସମ୍ବୋଧନ କରିବା ସହ ବିଭିନ୍ନ ପ୍ରଶ୍ନ କରିଥିଲେ। ରାହୁଲ ଗାନ୍ଧି ଆଜି କଲେଜରେ ଛାତ୍ରୀମାନଙ୍କ ସହ ଭାବବିନିମୟ କରିବାକୁ ସେଠାରେ ପହଞ୍ଚିଥିଲେ।

ଏଠାରେ ଛତ୍ରୀମାନେ ରାହୁଲଙ୍କୁ ବିମୁଦ୍ରାକରଣ ଠାରୁ ଆରମ୍ଭ କରି ରବର୍ଟ ଭଦ୍ରାଙ୍କ ସମ୍ପର୍କରେ ଏକାଧିକ ପ୍ରଶ୍ନ କରିଥିଲେ। ରାହୁଲ ମଧ୍ୟ ବେଶ ଚତୁରତାର ସହ ଏଗୁଡ଼ିକର ଉତ୍ତର ଦେଇଥିଲେ। ରାହୁଲ ଆଜି କଳା ରଙ୍ଗର ଟି-ଶାର୍ଟ ଓ ଜିନ୍ସ ପିନ୍ଧି କଲେଜକୁ ଯାଇଥିଲେ। ସେ ଛାତ୍ରୀମାନଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ।



from Odisha Reporter https://ift.tt/2JaJtZQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages