ବିଜେପି ଛାଡ଼ି ବିଜେଡିରେ ମିଶିବେ ସୁବାସ ଚୌହାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ବିଜେପି ଛାଡ଼ି ବିଜେଡିରେ ମିଶିବେ ସୁବାସ ଚୌହାନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା ସୁବାସ ଚୌହାନ ବିଜେପି ଛାଡ଼ି ଦିନେ-ଦୁଇଦିନ ମଧ୍ୟରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି। ବରଗଡ଼ ଲୋକସଭା ଆସନରୁ ଚଳିତଥର ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଶ୍ରୀ ଚୌହାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ଏହା ସହିତ ବିଜେପୁର ବିଧାନସଭା ଆସନରୁ ସେ ଦଳୀୟ ପ୍ରାର୍ଥୀ ହେବାକୁ ରୋକଠୋକ୍ ମନା କରିଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶ୍ରୀ ଚୌହାନଙ୍କର କିଛି ଖାସ୍ ସମର୍ଥକଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା। ଶ୍ରୀ ଚୌହାନ ସମ୍ଭବତଃ ଆସନ୍ତାକାଲି ନବୀନ ନିବାସରେ ପହଞ୍ଚି ବିଜେଡିରେ ସାମିଲ ହୋଇପାରନ୍ତି।

ଶ୍ରୀ ଚୌହାନଙ୍କ ବଦଳରେ ବରଗଡ଼ ଲୋକସଭା ଆସନରୁ ସୁରେଶ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଛି। ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ଚୌହାନ ଆଜି ସୋଶାଲ ମିଡିଆରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ୩୦ବର୍ଷ ଧରି ସେ ରାଷ୍ଟ୍ରସେବା କରିବାର ସୁଯୋଗ ପାଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ୩.୭୨ଲକ୍ଷ ଭୋଟ୍ ପାଇଥିଲେ।

ସେ କହିଛନ୍ତି, ଗତ ୫ବର୍ଷ ଧରି କଠିନ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କ ସୁଖ ଦୁଃଖର ସାଥୀ ହୋଇପାରିଛନ୍ତି। ବରଗଡ଼ର ଲୋକମାନେ ତାଙ୍କୁ ବିପୁଳ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କର ଟିକେଟ କାଟି ଦିଆଯାଇଛି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ୱ ଦିଆଯିବା ସହ ବିଜେପୁରରୁ ଲଢ଼ିବାକୁ କୁହାଯାଇଛି। କିନ୍ତୁ ସେ ବିଜେପୁର ପାଇଁ ବିଜେପି ଟିକେଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବାରୁ ଧର୍ମେନ୍ଦ୍ର ସେଠାରେ ଲଢ଼ିବା ଉଚିତ୍। ଧର୍ମେନ୍ଦ୍ରଙ୍କ ଭଳି ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଅପମାନ ବୋଲି ଶ୍ରୀ ଚୌହାନ ସୋଶାଲ୍ ମିଡିଆ ମାଧ୍ୟମରେ ନିଜର ମତ ରଖିଛନ୍ତି।



from Odisha Reporter https://ift.tt/2FvpdNF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages