ମୁମ୍ବାଇ ଚୟନ କମିଟି ସଦସ୍ୟଙ୍କ ସାମୂହିକ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ମୁମ୍ବାଇ ଚୟନ କମିଟି ସଦସ୍ୟଙ୍କ ସାମୂହିକ ଇସ୍ତଫା

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ଓ ଚୟନ କମିଟି ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଜୁରୀ ବୈଠକ କରିବାକୁ ଉଦ୍ୟମ କରୁଥିବା ବେଳେ ମୁମ୍ବାଇ ଚୟନ କମିଟିରେ ଥିବା ସମସ୍ତ ୪ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି।

ଏମାନଙ୍କ ମଧ୍ୟରେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ମଧ୍ୟ ରହିଛନ୍ତି। ଅଗରକରଙ୍କ ବ୍ୟତୀତ ନିଲେଶ କୁଲକର୍ଣ୍ଣି, ସୁନୀଲ ମୋରେ ଓ ରବି ଠାକ୍କରେ ରହିଛନ୍ତି। ଏମାନେ ସମସ୍ତେ ଇ-ମେଲ ଯୋଗେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏସ୍‌ ନାଏକଙ୍କ ପାଖକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫା ପଛର କାରଣ ସମ୍ପର୍କରେ ସଦସ୍ୟମାନେ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି।



from Odisha Reporter https://ift.tt/2TDNcnL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages