କଣ୍ଟାମାଳ ବିଜୟ ପଥରେ, ବିଜେଡି ପାଇଁ ବିଜେଡି ଅସନ୍ତୋଷ ହିଁ କଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

କଣ୍ଟାମାଳ ବିଜୟ ପଥରେ, ବିଜେଡି ପାଇଁ ବିଜେଡି ଅସନ୍ତୋଷ ହିଁ କଣ୍ଟା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହେଉଛି କଣ୍ଟାମାଳ। ପଶ୍ଚିମ ଓଡ଼ିଶାକୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବେଳେ ଧାନଚାଷ ପାଇଁ ପ୍ରସିଦ୍ଧି ଅର୍ଜିଛି କଣ୍ଟାମାଳ। କାରଣ ଏଠାକାର ଲୋକଙ୍କର ପ୍ରମୁଖ ବେଉଷା ହେଉଛି ଧାନ ଚାଷ। ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ମୁଖ୍ୟତଃ ଏଠାକାର ଚାଷୀ ଏବେ ନୂଆ ସରକାରଙ୍କ କୃଷି ପ୍ରତି କ’ଣ ଆଭିମୁଖ୍ୟ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ୨ୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରାର୍ଥିପତ୍ର ଦାଖଲ ପରେ ନେତାମାନେ ଏବେ ସେମାନଙ୍କର ପ୍ରଚାର ଆରମ୍ଭ କରିଛନ୍ତି। ଆଉ ପ୍ରଚାର ଗାଡି ମୁହାଁଇଛି ଗାଁକୁ। ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ବିଜେପି ଓ ସହ ସ୍ୱାଧୀନ ପ୍ରାର୍ଥୀ ନିଜ ସପକ୍ଷରେ ଚଳାଇଛନ୍ତି ପ୍ରଚାର। ପ୍ରତିଶ୍ରୁତି ଢାଳିବା ସହ କୃଷିର ବିକାଶ କଥା କହୁଛନ୍ତି ଭୋଟରଙ୍କୁ । ହେଲେ ଭୋଟର ଏଥର ପରିବର୍ତ୍ତନ ଆଶାରେ ଥିବା କୁହନ୍ତି।

ରାଜନୈତିକ ସ୍ଥିତି

କଣ୍ଟାମାଳ ନିର୍ବାଚନ ମଣ୍ଡଳୀକୁ ବିଜେଡିର ଗଡ଼ କୁହାଯାଉଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରୁ ଧୀରେଧୀରେ ଏଠାରେ ବିଜେପି ପତିଆର ବିସ୍ତାର କରୁଛି । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନଠାରୁ ଏବେବି ବିଜେଡି ଜନସର୍ମଥନ ବଜାଇ ରଖିଛି । ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ସର୍ବାଧିକ ଥର ଏଠାରେ ବିଧାୟକ ପଦକୁ ହାତେଇ ନେଇଥିବା ବେଳେ କଂଗ୍ରେସର ଖାତା ଖୋଲି ପାରିନାହିଁ । ୨୦୦୯ ମସିହାରେ କଣ୍ଟାମାଳ ନୂଆ ନିର୍ବାଚନ ମଣ୍ଡଳୀ ହୋଇଥିଲା। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପ୍ରଥମ ଵିଧ୍ୟାୟକ ହେଉଛନ୍ତି ଭଗବାନ କହଁର। ସେ ବିଜେଡି ଟିକେଟ ପାଇ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ମହିଧର ରଣା ବିଜୟୀ ହୋଇ ବିଧାୟକ ହୋଇଥିଲେ।

କେଉଁ ଦଳରୁ କାହାକୁ ମିଳିଲା ଟିକେଟ: ଏଥର ବିଜେଡି ପୁରୁଣା ମୁହଁକୁ ରିପିଟ୍‌ କରିଛି ଆଉ ବିଧାୟକ ମହିଧର ରଣାଙ୍କୁ ଦେଇଛି ଟିକେଟ। ବିଜେପି ପକ୍ଷରୁ କହ୍ନେଇ ଚରଣ ଡାଙ୍ଗ ଓ କଂଗ୍ରେସ ପକ୍ଷରୁ ପ୍ରଶାନ୍ତ ସାହୁ ଏଥର ବିଧାୟକ ଭାବେ ଲଢୁଛନ୍ତି।

କିଏ କାହାପାଇଁ କଣ୍ଟା: ୨୦୧୪ର ସ୍ଥିତି ଭିନ୍ନ ଥିଲା ଏଥର ପୂରା ଅଲଗା। ବିଜେଡି ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଥିବା ଓ ବିଜେପି ପତିଆରା ବଢୁଥିବାରୁ ଏଥର ବିଜେଡି ପ୍ରାର୍ଥଙ୍କ ପାଇଁ ବିଜେପି ପ୍ରାର୍ଥୀ କଣ୍ଟା ହେବେ ବୋଲି ଚର୍ଚ୍ଚା। ଖାଲି ବିଜେପି ନୁହେଁ ଖୋଦ୍‌ ବିଜେଡିର ବିଦ୍ରୋହ ଗୋଷ୍ଠୀ ଦଳୀୟ ପ୍ରାର୍ଥଙ୍କ ମୁଣ୍ଡବ୍ୟଥାର କାରଣ ହେବେ ବୋଲି ଆକଳନ କରାଯାଉଛି। ବିଜେଡି ଅନ୍ତର୍ନ୍ଦ୍ୱନ୍ଦ୍ୱ ପାଇଁ ଟିକେଟ ନ ପାଇ ନିରାଶ ହୋଇଥିବା ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ। ବିଜେଡି ବିଧାୟକ ମହିଧରଙ୍କ ଟକ୍କର ଦେବେ ପୁରୁଖା ବିଜେଡି ନେତା ତଥା ରାଜ୍ୟ ବୟନିକା ଅଧ୍ୟକ୍ଷ ଶେଷ କୁମାର ମେହେର। ବହୁ ବିଦ୍ରୋହୀ ବିଜେଡି ନେତା ତାଙ୍କୁ ସମର୍ଥନ କରୁଥିବା ଯୋଗୁଁ ଏଠାରେ ବିଜେଡି ଅଡୁଆରେ ପଡିଛି। ଯାହା ଫଳରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଫାଇଦା ନେଇପାରନ୍ତି।ବିଜେପି ସଂଗଠନ ସୁଦୃଢ ହେଉଥିବାରୁ  ବିଜେଡି ଗଡ଼ ଏଥର ଭାଙ୍ଗିବ ବୋଲି ବିଜେପି ଶିବିରରୁ ଦୃଢୋକ୍ତି ପ୍ରକାଶ ପାଉଛି। ସେପଟେ ନୂଆକରି ଯୁବ ଚେହେରା ଭାବେ ପ୍ରଶାନ୍ତ କୁମାର ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲେ ବି ରାଜ୍ୟରେ ଦୁର୍ବଳ ନେତୃତ୍ୱ ଆଶାନୁରୂପ ସଫଳତା ଦଳକୁ ଦେବକି ନାହିଁ ତାହା ସମୟ କହିବ।

ପୂର୍ବଥର ଦେଇଥିବା ପ୍ରତିଶ୍ରୁତି ପାଳିଛନ୍ତି ନା ନାହିଁ ?

୨୦୦୪ରୁ ଲଗାତାର ଭାବରେ ଏହି ନିର୍ବାଚନରେ ବିଜେଡି ବାଜିମାତ କରିଆସୁଥିବା ବେଳେ ବିଜେଡି ବିଧାୟକ ଅଛନ୍ତି ମହିଧର ରଣା । ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନିର୍ବାଚନ ଜିତିବା ପରେ ନିଜ ପ୍ରତିଶ୍ରୁତିକୁ ପାଶୋରି ଯାଇଛନ୍ତି ବୋଲି ଏବେ ଆଲୋଚନା ହେଉଛି। ଏଣୁ ତାଙ୍କ ଉପରେ ଉଣା ଅଧିକେ ଭୋଟର ଅସନ୍ତୁଷ୍ଟ।

କ’ଣ ରହିବ ମୁଦ୍ଦା

କଣ୍ଟାମାଳ ନିର୍ବାଚନମଣ୍ଡଳୀରେ କେରାଣ୍ଡି ନାଳ ବହିଯାଇଛି । ଏହିନାଳପାରି ହୋଇ ମୁଦିପଡା, କନପା, ମାଲତିଗୋଛାପଡା, ସିଗାଡି ଆଦି ୧୮ରୁ ଊର୍ଦ୍ଧ୍ ଗ୍ରାମର ୨ହାଜରରୁ ଅଧିକ ଲୋକ ଯିବା ଆସିବା କରିଥାନ୍ତି । ହେଲେ ଏହି ନାଳ ଉପରେ ସେତୁଟିଏ ନାହିଁ । ବାରମ୍ବାର ଦାବି ପରେ ବି ଏହା ହୋଇ ପାରିଲା ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ମୈାଳିକ ସୁବିଧାରୁ ଲୋକଆ ପଞ୍ଚିତ ହେଉଛନ୍ତି। ଏଣୁ ଏହି ସମସ୍ୟା ଦୂର କରିବା ଦିଗରେ ଯାହାର ପ୍ରତିଶ୍ରୁତି ଦୃଢ ରହିବ ସେ ହିଁ ବିଧାୟକ ହେବ ବୋଲି ଚର୍ଚ୍ଚା।



from Odisha Reporter https://ift.tt/2YEQHcz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages