ରାଜସ୍ଥାନରେ ବାୟୁସେନାର ପୁଣି ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ରାଜସ୍ଥାନରେ ବାୟୁସେନାର ପୁଣି ଏକ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ

ଜୟପୁର, ରାଜସ୍ଥାନ: ଭାରତୀୟ ବାୟୁସେନାର ମିଗ (ଏମଆଇଜି) ୨୭ ୟୁପିଜି ଜେଟ୍ ରାଜସ୍ଥାନର ଯୋଧପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଫିସିଆଲ ଡ୍ୟୁଟି କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ଏହି ଯୁଦ୍ଧ ବିମାନ। ତେବେ ଦୁର୍ଘଟଣାଗ୍ରସ୍ତ ଜେଟରେ କେତେ ଜଣ ଥିଲେ ଓ ଦୁର୍ଘଟଣାର କାରଣ କ’ଣ, ଏ ବାବଦରେ ଅଧିକ କୌଣସି ସୂଚନା ମିଳିପାରିନାହିଁ। କିନ୍ତୁ ବିମାନର ଧ୍ଵଂସାବଶେଷ ସିରୋହି ଜିଲ୍ଲାରେ ଠାବ ହୋଇଛି।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ମିଗ -୨୧ ଜେଟ୍ ଚଳିତ ମାସ ବିକାନେରରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପାଇଲଟ ଜଣଙ୍କ ସୁରକ୍ଷିତ ଥିଲେ।

ନିକଟରେ ଭାରତୀୟ ବାୟୁସେନାର ମିଗ -୨୧ ବିମାନ ପାକିସ୍ତାନର ଏଫ୍-୧୬ ବିମାନକୁ ଆକାଶମାର୍ଗରେ ଧ୍ବଂସ କରିଦେଇଥିଲା। ଏହାକୁ ଚଳାଉଥିଲେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ। ତେବେ ପାକିସ୍ତାନର ବିମାନକୁ ଧ୍ବଂସ କରିବା ପରେ ଏମଆଇଜି-୨୧ ବିମାନଟି ମଧ୍ୟ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।



from Odisha Reporter https://ift.tt/2FLsXvA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages