ଭାରତର ସବୁଠାରୁ ବୟସ୍କ ଏମ୍‌ପିଙ୍କୁ ଆପଣ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ଭାରତର ସବୁଠାରୁ ବୟସ୍କ ଏମ୍‌ପିଙ୍କୁ ଆପଣ ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଏବେ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା।  ପାନ ଦୋକାନରୁ ପାର୍ଲାମେଣ୍ଟ ସବୁଠି ରାଜନେତା ଆଉ ରାଜନୀତିର ଆଲୋଚନା।  ଆଉ ମାତ୍ର କେଇଦିନ ପରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ନିର୍ବାଚନୀ ମାହୋଲ ମଧ୍ୟରେ ଆସନ୍ତୁ ଜାଣିବା ଆମ ନେତାଙ୍କ ବିଷୟରେ  କିଛି ରୋଚକ ତଥ୍ୟ ଯାହା ଭାରତର ରାଜନୈତିକ ଇତିହାସରେ ସର୍ବକାଳୀନ ରେକର୍ଡ କରିଛି।

  • ଲୋକସଭାର ସବୁଠାରୁ ବୟସ୍କ ଏମ.ପି.ଥିଲେ ରାମସୁନ୍ଦର ଦାସ। ସେ ଜନତା ଦଳ(ୟୁ) ସଦସ୍ୟ ଥିଲେ ଏବଂ ୨୦୦୯ରେ ହାଜିପୁର  ଆସନରୁ ଜିତିଥିଲେ। ସେତେବେଳେ ତାଙ୍କୁ  ୮୮ ବର୍ଷ ବୟସ   ହୋଇଥିଲା।
  • ରାଜ୍ୟସଭାର ସବୁଠୁ ବୟସ୍କ  ପ୍ରାର୍ଥୀ ଥିଲେ ମଣିପୁରର ରିସାଙ୍ଗ କେସିଙ୍ଗ। ସେ ୮୮ ବର୍ଷ ବୟସରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
  • ଦୁଷ୍ୟନ୍ତ ଚୌତାଲା ଲୋକସଭାର ସର୍ବକନିଷ୍ଠ ଏମ୍‌ପି ଥିଲେ। ୨୦୧୪ରେ ମାତ୍ର ୨୬ ବର୍ଷ ବୟସରେ ସେ ଲୋକସଭାକୁ ମନୋନୀତ ହୋଇଥିଲେ।
  • ସବୁଠାରୁ ବୟସ୍କ ପ୍ରଧାନମନ୍ତ୍ରୀ ଥିଲେ ମୋରାରଜୀ ଦେଶାଇ। ୮୧ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
  • ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ। ମାତ୍ର ୪୨ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।
  • ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ  କ୍ଷମତାରେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ। ସେ ସର୍ବାଧିକ ୬୧୩୦ ଦିନ ଦାୟିତ୍ୱରେ ରହିଥିଲେ।
  • ଗୁଲଜାରୀଲାଲ ନନ୍ଦା ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ କମ୍‌ ଦିନ କ୍ଷମତାରେ ଥିଲେ। ସେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ କାର୍ଯକାଳ ଥିଲା ମାତ୍ର ୧୩ ଦିନ।
  • ସିପିଆଇ ନେତା ଇନ୍ଦ୍ରଜିତ ଗୁପ୍ତା ଲୋକସଭା ଏମ୍‌ପି ଭାବେ ସବୁଠାରୁ ଅଧିକ ସମୟ କାମ କରିଥିଲେ। ସେ ସର୍ବାଧିକ ୧୧ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।
  • କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ୱରନ ସିଂ ସବୁଠାରୁ ଅଧିକ ସମୟ ଦାୟିତ୍ୱରେ ଥିଲେ। ସେ ଦୀର୍ଘ ୨୩ ବର୍ଷ ଭାରତ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
  • କଂଗ୍ରେସର ରାମ ସୁଭାଗ ସିଂ ଲୋକସଭାର ପ୍ରଥମ ବିରୋଧୀ ଦଳ ନେତା ଥିଲେ।
  • ଗୁଜରାଟ ଗିର ଜଙ୍ଗଲର ୨୦ କି.ମି. ଭିତରେ ନିର୍ବାଚନ କମିଶନ ଏକ ମତଦାନ କେନ୍ଦ୍ର ଖୋଲିଥିଲେ,  ଯେଉଠି ଜଣେ ମାତ୍ର ଭୋଟର ତାଙ୍କର ମତଦାନ କରିଥିଲେ। ସେହି ଭୋଟର ଜଣକ ହେଉଛନ୍ତି ଭାରତଦାସ ଦର୍ଶନ୍ଦାସ୍‌।
  • ତାମିଲନାଡୁର ‘ଇଲେକ୍‌ସନ କିଙ୍ଗ’ ପଦ୍ମରାଜନ ସର୍ବାଧିକ ନିର୍ବାଚନ ଲଢିଛନ୍ତି। ହେଲେ ଗୋଟିଏ ଥର ବି ସଫଳତା ପାଇ ନାହାନ୍ତି।


from Odisha Reporter https://ift.tt/2OCIPU7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages