ମୋଦିଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଆହ୍ୱାନ କଲେ କଂଗ୍ରେସ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ମୋଦିଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଆହ୍ୱାନ କଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଏକ ସାଧାରଣ ସଭାରେ କର୍ଣ୍ଣାଟକାର କଂଗ୍ରେସ ନେତା ଗୋପାଲକ୍ରିଷ୍ଣା ଆହ୍ୱାନ କରିଛନ୍ତି। ଗୋପାଲକ୍ରିଷ୍ଣା କଂଗ୍ରେସ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଥିବାରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ଗୋପାଲକ୍ରିଷ୍ଣା ଯେଉଁ ସଭାରେ ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ତା’ର ଭିଡିଓ କର୍ଣ୍ଣାଟକା ବିଜେପି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଏଥିରେ ସେ କଂଗ୍ରେସ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ କହୁଥିବା ଦେଖିବାକୁ ମିଳିଛି।

ସେ ଏଥିରେ କହିଛନ୍ତି, “ଯଦି ଆପଣମାନେ ମୋଦିଙ୍କୁ ମାରିଦେବେ, ତା’ହେଲେ ଆଉ କାହାକୁ ହତ୍ୟା କରିବା ଦରକାର ନାହିଁ। ବିଜେପି ଗାନ୍ଧିଜୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ସମ୍ପର୍କରେ କହୁଛନ୍ତି।

ଏଭଳି ଲୋକ ଆମ ଦେଶରେ ରହିବା ଅନୁଚିତ। ଯଦି ଆପଣମାନଙ୍କ ମନରେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ସାହାସ କରିପାରିବେ, ତା’ହେଲେ ବିଜେପିର ଆଉ କାହାକୁ ହତ୍ୟା କରିବା ଦରକାର ପଡ଼ିବ ନାହିଁ।”



from Odisha Reporter https://ift.tt/2SJYodg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages