
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଚଳିତ ବର୍ଷ ୭ଟି ପର୍ଯ୍ୟାୟରେ ଭୋଟ୍ ହୋଇ ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ। ବିଜେପି ପୁଣିଥିରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ରୋକିବାକୁ ପୂରା ଦମ ଲଗାଉଛନ୍ତି।
ବିଜେପି ପୁଣିଥରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ ହେଁ ୨୦୧୪ ପରଠାରୁ ବିଭିନ୍ନ ରାଜ୍ୟରେ ହୋଇଥିବା ଲୋକସଭା ଆସନର ଉପ ନିର୍ବାଚନରେ ତା’ର ପ୍ରଦର୍ଶନ ଆଦୌ ଭଲନାହିଁ। ଦଳ କ୍ଷମତାକୁ ଆସିବା ପରେ ୨୭ଟି ଲୋକସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା।
ହେଲେ ଦଳ ଏଥିରୁ ମାତ୍ର ୫ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ବିଶେଷ କରି ଉତ୍ତର ପ୍ରଦେଶରେ ବିଜେପିର ଗଡ଼ କୁହାଯାଉଥିବା ଗୋରଖପୁର ଓ ଫୁଲପୁରରେ ମଧ୍ୟ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା। ତେଣୁ ୨୦୧୯ରେ ଦଳ ନିଶ୍ଚିତ ଭାବେ ଏହା ଉପରେ ବିଶେଷ ଧ୍ୟାନ ଦେବ। ଏହି ସବୁ ଉପନିର୍ବାଚନରେ ଦଳ କାହିଁକି ହାରିଲା, ତା’ର ତର୍ଜମା କରିବା ଆରମ୍ଭ କରିଛି।
୨୦୧୪ରେ ୫୪୩ଟି ଲୋକସଭା ଆସନରୁ ବିଜେପି ଏକାକୀ ୨୮୨ଟିରେ ଜିତିଥିବା ବେଳେ କଂଗ୍ରେସ ମାତ୍ର ୪୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏହାପରେ ବିଜେପିର ଲୋକପ୍ରିୟତା ଧୀରେଧୀରେ କମିବା ସହ ଦଳ ଉପ ନିର୍ବାଚନରେ ଆଶାନୁରୂପ ସଫଳତା ପାଇପାରିନାହିଁ। ବିଜେପିର ଆସନ ସଂଖ୍ୟା ୨୮୨ରୁ ହ୍ରାସ ପାଇ ୨୬୨ରେ ପହଞ୍ଚିଯାଇଥିଲା ବେଳେ କଂଗ୍ରେସ ୪୫ରେ ପହଞ୍ଚିଥିଲା।
from Odisha Reporter https://ift.tt/2F4VP1Q
No comments:
Post a Comment