ପାରିକରଙ୍କ ପାଇଁ ସ୍ମୃତି ଇରାନୀଙ୍କ ଆଖିରେ ଲୁହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ପାରିକରଙ୍କ ପାଇଁ ସ୍ମୃତି ଇରାନୀଙ୍କ ଆଖିରେ ଲୁହ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଆଜି ସହସ୍ର ସହସ୍ର ଲୋକ ଅନ୍ତିମ ବିଦାୟ ଦେଇଛନ୍ତି। ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିବା ପାରିକରଙ୍କ ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଆଜି ପାରିକରଙ୍କ ପାର୍ଥିବ ଶରୀରରେ ପୁଷ୍କଗୁଚ୍ଛ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପାରିକରଙ୍କ ମରଶରୀର ‘କଲା ଏକାଡେମୀ’କୁ ଆସିବା ପୂର୍ବରୁ ବିଜେପି ପାର୍ଟି ଅଫିସକୁ ନିଆ ଯାଇଥିଲା। ସେଠାରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ବେଶ ଭାବପ୍ରବଣ ହୋଇଯାଇଥିଲେ ଓ ତାଙ୍କ ଆଖିରୁ ଲୁହ ମଧ୍ୟ ଝରି ଆସିଥିଲା।

ଏହି ଦୃଶ୍ୟଟି କ୍ୟାମେରାରେ କଏଦ ହୋଇଛି। ଇରାନୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାରିକରଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି।



from Odisha Reporter https://ift.tt/2Y92uiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages