‘କାଳିଆ’ ସମାବେଶକୁ ଆସି ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

‘କାଳିଆ’ ସମାବେଶକୁ ଆସି ଜୀବନ ଗଲା

ବାଲିଗୁଡା(ଅଜିତ୍‌ ନାୟକ):  କାଳିଆ ପାଇଁ ଜୀବନ ଚାଲିଗଲା। ଚାଷୀ ହୋଇ ନ ଥିଲେ ବି ଏହି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରାସ୍ତା ଦୁର୍ଘଟଣା ଘଟି ତଥାକଥିତ ହିତାଧିକାରୀଙ୍କ ପ୍ରାଣ ଚାଲି ଯାଇଛି ।

ମୃତକ ଜଣକ ଚାଷୀ ନ ଥିଲେ ବରଂ ଜଣେ ଗାଡି ଚାଳକ ଥିଲେ ବୋଲି ଜଣାପଡିଛି। ଏଭଳି ଅଭାଵନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । କନ୍ଧମାଳ ଜିଲ୍ଲାର ମହାସିଙ୍ଗଠାରେ ଆଜି କାଳିଆ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ସମାବେଶକୁ ସଫଳ କରିବା ଲାଗି ବ୍ରହ୍ମପୁର ସହରରେ ଚଳାଚଳ କରୁଥିବା ସିଟି ବସ୍‌ଗୁଡିକୁ କନ୍ଧମାଳ ଅଣାଯାଇଥିଲା । ଶତାଧିକ ସିଟି ବସ ଚାଳକ ଗତ ବିଳମ୍ବିତ ରାତିରେ କନ୍ଧମାଳର ବିଭିନ୍ନ ବ୍ଲକକୁ ଆସିଥିଲେ।  ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ଅଞ୍ଚଳର ଚିତ୍ତରଞ୍ଜନ ନାୟକ ନାମକ ଜଣେ ଗାଡି ଚାଳକ କନ୍ଧମାଳର ବାଲିଗୁଡା ଅଭିମୁଖେ ରାତିରେ ଆସୁଥିଲେ। ଏହି ସମୟରେ ବାଲିଗୁଡା-ଦାରିଙ୍ଗବାଡ଼ି ରାସ୍ତାର ଲକଟି ଗାଁ ନିକଟ ଘାଟିରେ ଭାରସାମ୍ୟ ହରାଇ ସିଟି ବସ୍‌ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ହିଁ ଗାଡି ଚାଳକ ଚିତ୍ତରଞ୍ଜନ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ମେଡିକାଲକୁ ଅଣାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ।  ଅନ୍ୟପଟେ କାଳିଆ ସମାବେଶକୁ ଆସୁଥିବା ବେଳେ ପ୍ରାଣ ହରାଇଥିବା ଗାଡି ଚାଳକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦୁଟିଏ ମଧ୍ୟ ସମାବେଶରେ  କହି ନ ଥିଲେ ।



from Odisha Reporter https://ift.tt/2J2vbKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages