ଜାଣନ୍ତୁ କେମିତି ତିଆରି ହୁଏ ‘ମୁର୍ଗ ଜାଫରାନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଜାଣନ୍ତୁ କେମିତି ତିଆରି ହୁଏ ‘ମୁର୍ଗ ଜାଫରାନୀ’

ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ କଷନ୍ତୁ। କିଛି ସମୟ ପରେ ସେଥିରେ ଦହି, ଲୁଣ ଓ କାଜୁ ବଟା ପକାଇ କଷନ୍ତୁ। ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ଏବେ ଏଥିରେ ଚିକେନ୍‌ ପକାନ୍ତୁ। ଆବଶ୍ୟକ ଅନୁସାରେ, ପାଣି ଦେଇ ଚିକେନ୍ ସିଝି ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ତା’ପରେ ଏଥିରେ ଚିକେନ୍ ମସଲା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ କେଶର ପକାଇ ଅଳ୍ପ ଆଞ୍ଚରେ ଗୋଟିଏ ମିନିଟ ରାନ୍ଧନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୁର୍ଗ ଜାଫରାନୀ’। ଏହାକୁ ପ୍ଲେଟରେ କାଢ଼ି ଉପରେ ସିଝା ଅଣ୍ଡା କଟା ଓ କଟା ଧନିଆ ପତ୍ର ଦେଇ ଗାର୍ନିସ୍‌ କରନ୍ତୁ। ଏହାକୁ ଗରମ ଗରମ ରୁଟି, ନାନ୍‌ କିମ୍ବା ପରଟା ସହ ଖାଆନ୍ତୁ।



from Odisha Reporter https://ift.tt/2Hdojrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages