କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ୍‌ପିଙ୍କ ବଦଳି ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ୍‌ପିଙ୍କ ବଦଳି ଦାବି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବଦଳି ଦାବି ହୋଇଛି। ଏପରି ଦାବି କରିଛି ବିଜେପି। ଜିଲ୍ଲାପାଳ ଶାସକ ଦଳ ବିଜେଡିର ସଭାପତି ଏବଂ ଏସ୍‌ପି ବିଜେଡିର ସମ୍ପାଦକ ଭାବେ କାମ କରୁଥିବା ପ୍ରସେମିଟ୍ କରି ଦଳ ଅଭିଯୋଗ ଆଣିଛି।

ଏହାସହ ଦଳ ଅଭିଯୋଗ କରିଛି ଯେ, ଜିଲ୍ଲାର କିଛି ଥାନା ଅଧିକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବଦଳି କରାଯାଉଛି। ସମସ୍ତ ବିଭାଗର ସରକାରୀ କର୍ମଚାରୀ ପିସି ନେଇ ରାଜନେତାଙ୍କ ନିର୍ବାଚନ ଖର୍ଚ୍ଚ ବହନ କରୁଛନ୍ତି।

ବିଜେପି ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ କହିଛନ୍ତି, “ନିର୍ବାଚନ ପୂର୍ବରୁ ଭଲ କାମ କରୁଥିବା ଆଇଆଇସିଙ୍କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାପଳ ବିଜେଡିର ଜିଲ୍ଲା ସଭାପତିଙ୍କ ପରି କାମ କରୁଛନ୍ତି। ସେହିପରି ଏସ୍‌ପି ବିଜେଡିର ସାଧାରଣ ସମ୍ପାଦକ ପରି କାମ କରୁଛନ୍ତି। ଏମାନଙ୍କୁ ତୁରନ୍ତ ବଦଳି କରାଯାଉ। ନିର୍ବାଚନ ପୂର୍ବରୁ ଏମାନଙ୍କୁ ବଦଳି କରାଗଲେ କେନ୍ଦ୍ରାପଡ଼ାରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ହୋଇପାରିବ।”

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଚେୟାରମ୍ୟାନ ମାନସ ପରିଡ଼ା କହିଛନ୍ତି, “ରାଜନୈତିକ ଲୋକ ରାଜନୀତି କଥା କହିବେ। ବିରୋଧୀ ଦଳ ବହୁତ କଥା କହିବେ। ସେଥିରେ ଆମର କିଛି କହିବାର ନାହିଁ। ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି, ଆଗାମୀ ଦିନରେ ତାହା ପ୍ରମାଣିତ କରି ଦେଖାଇ ଦେବୁ।”



from Odisha Reporter https://ift.tt/2tOwC53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages