
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଓ ତାଙ୍କ ବହୁ ସମର୍ଥକ ଆଜି ବିଜେପିରେ ସାମିଲ ହେବାପରେ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ବିଜେଡିରେ ଅଣଦେଖା ହେବା ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭେଟିବାକୁ ବି ସମୟ ନଦେବାରେ ନିଜକୁ ଅପମାନିତ ବୋଧ କରି ଶ୍ରୀ ସେଠୀ ଆଜି ବିଜେଡି ସହ ଦୀର୍ଘବର୍ଷର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି।
ଶ୍ରୀ ସେଠୀଙ୍କ ସହ ତାଙ୍କ ପୁଅ ଅଭିମନ୍ୟୁ ସେଠୀ, ଦୁଇଜଣ ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ ଓ ପ୍ରଫୁଲ୍ଲ କୁମାର ଜେନା(ବିଜେଡି ସାଧାରଣ ସମ୍ପାଦକ), ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳ, ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ନୂଆଗାଁ ସରପଞ୍ଚ କାଳିନ୍ଦୀ ସ୍ୱାଇଁ, ନୂଆଗାଁ ସମିତି ସଭ୍ୟ-କାଦମ୍ବିନୀ ପରିଡ଼ା, ତପନ କୁମାର ନାୟକ, ଶରତ କୁମାର ଖିଲାର, ବିକାଶ କୁମାର ପରିଡ଼ା ଓ ଜୟକୃଷ୍ଣ ଜେନାଙ୍କ ସମେତ ବହୁ ବିଜେଡି ନେତା ଓ ସେମାନଙ୍କର ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି।
ଶ୍ରୀ ସେଠୀ ବିଜେପିରେ ମିଶିବାର ପ୍ରଭାବ ଭଦ୍ରକ ବିଜେଡିରେ ପଡ଼ିବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ବିଜେଡି ଛାଡ଼ିଥିବା ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ବିଜେଡିରୁ ଇସ୍ତଫା ଦେଇଥିବାବେଳେ ସେ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2JRT1tn
No comments:
Post a Comment