ଅଭିଯୋଗ କଲେ ପୂର୍ବତନ ଏମ୍‌ଏଲ୍‌ଏ, ହେଲେ ଉତ୍ତର ନ ଦେଇ ଚାଲିଗଲେ ମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଅଭିଯୋଗ କଲେ ପୂର୍ବତନ ଏମ୍‌ଏଲ୍‌ଏ, ହେଲେ ଉତ୍ତର ନ ଦେଇ ଚାଲିଗଲେ ମନ୍ତ୍ରୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ। ହେଲେ ମନ୍ତ୍ରୀ ମହୋଦୟ ଅଭିଯୋଗର ଦେଉନାହାନ୍ତି କୌଣସି ପ୍ରତ୍ୟୁତ୍ତୋର।

କଣ୍ଟ୍ରାକ୍ଟରମାନେ ପିସି ନ ନେଲେ କାମ କରୁନାହାନ୍ତି। ମୋ ବେଳେ ପିସି ନିଆଯାଉ ନ ଥିଲା, ହେଲେ କାମ ହେଉଥିଲା। କିନ୍ତୁ ଏବେ ସ୍ଥିତି ଓଲଟା। ପିସି ନେଲେ ଯାଇ କାମ ହେଉଛି। ଖୋଦ୍‌ ବିଧାୟକ ନେଉଛନ୍ତି ପିସି। ଗରିବ ଲୋକଙ୍କ କଥା ବୁଝିବାକୁ କେହି ନାହିଁ।

ଏମିତି କହି ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆକ୍ଷେପ କରିଛନ୍ତି ପୂର୍ବତନ ମାହାଙ୍ଗା ବିଧାୟକ ବିକ୍ରମ କେଶରୀ ବର୍ମା। ଏବେ ମହାଙ୍ଗାରେ ପିସି କାରବାର ଜୋର୍‌ସୋର୍‌ରେ ହେଉଛି। କୌଣସି କାର୍ଯ୍ୟ ବିନା ପିସିରେ ହେଉନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି। ଏବେ ଏ ବାବଦରେ ପୂର୍ବତନ ଏମ୍‌ଏଲ୍‌ଏଙ୍କ ବୟାନ୍‌ ନିଆଁରେ ଘିଅ ଢାଳିଛି।

ଆଗକୁ ନିର୍ବାଚନ ଥିବାରୁ ବର୍ମାଙ୍କ ବୟାନଙ୍କୁ  ନେଇ ତୁମ୍ବି ତୋଫାନ ହେଉଛି। ହେଲେ ଏ ବାବଦରେ ଖୋଦ୍‌ ମନ୍ତ୍ରୀ ଜେନାଙ୍କୁ ପଚରା ଯାଉଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ଦେବାକୁ ବୋଧହୁଏ ଠିକ୍‌ ମଣୁ ନାହାନ୍ତି। ଗଣମାଧ୍ୟମର ପ୍ରଶ୍ନକୁ ଆଡେଇ ଚାଲି ଯାଉଛନ୍ତି।

କାରଣ ଆଜି ଏକ ସରାକାରୀ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ପୂର୍ବତନ ବିଧାୟକଙ୍କ ଏଭଳି ଆକ୍ଷେପ ପ୍ରସଙ୍ଗରେ ଶ୍ରୀ ଜେନାଙ୍କୁ ପ୍ରଶ୍ନ କରାଯାଇଥିଲା। ହେଲେ ସେ ମୁହଁ ଆଡେଇ ଚାଲି ଯାଇଥିଲେ।

 



from Odisha Reporter https://ift.tt/2tWeUwy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages