
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହା ଶିବରାତ୍ରୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସକାଳୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢିବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁ ଓ ବ୍ରତଧାରୀ ଗତକାଲି ରାତିରୁ ମହାପ୍ରଭୁଙ୍କ ଜାଗର ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ସାହାଣ ମେଳା ଦର୍ଶନ ଆରମ୍ଭ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିବା ସହ ଜଳଲାଗି କରିଥିଲେ। ସକାଳ ପ୍ରାୟ ସାଢେ ୧୦ଟାରେ ସରିଥିଲା ସାହାଣ ମେଳା ଦର୍ଶନ।
ପରେ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ଆଦି ନୀତିକାନ୍ତି ବଢିବା ପରେ ଭକ୍ତମାନେ ଲମ୍ବା ଧାଡିରେ ରହି ଜଗମୋହନ ପାଖରୁ ପ୍ରଭୁଙ୍କ ଦର୍ଶନ କରିଥିଲେ।
ଆଜି ସନ୍ଧ୍ୟାରେ ସନ୍ଧ୍ୟାଧୂପ ପରେ ବେଢା ପରିକ୍ରମା ନୀତି ହେବ। ଏହି ନୀତି ସମାପ୍ତ ହେବା ପରେ ରାତିରେ ଶ୍ରଦ୍ଧାଳୁ ମାହାଦୀପ ଦର୍ଶନ କରି ବ୍ରତ ଭଙ୍ଗ କରିବେ। ଏଣୁ ସମସ୍ତ ନୀତି ସୁରୁଖୁରୁରେ ସାମାପନ କରି ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରାଯାଇଛି।
ଶୃଙ୍ଖଳିତ ଦର୍ଶନ ଓ ସନ୍ଧ୍ୟାରେ ମନ୍ଦିର ବେଢାରେ ଜାଗର ଜାଳିବା ପାଇଁ ଶ୍ରଦ୍ଧାଳୁ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଶୃଙ୍ଖଳା ରକ୍ଷା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ୩୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
from Odisha Reporter https://ift.tt/2Tq4T9w
No comments:
Post a Comment