
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦଳରେ ବଢ଼ୁଥିବା ବିଦ୍ରୋହକୁ ଦେଖି ପ୍ରାର୍ଥୀ ଘୋଷଣା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରୁଛି ବିଜେଡି। ଖାସ୍ ସେଥିପାଇଁ ପ୍ରଥମ ଦଫାରେ ବାକିଥିବା ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ଚୂଡାନ୍ତ ହୋଇଥିଲେ ବି ଘୋଷଣା କରାଯାଉନି। ଚର୍ଚ୍ଚା ହେଉଛି, ସେସବୁ ସ୍ଥାନରେ ପ୍ରାର୍ଥୀମାନଙ୍କୁ ପ୍ରସ୍ତୁତ ରହିବାକୁ ସବୁଜ ସଙ୍କେତ ଦିଆଯାଇଛି। ସେପଟେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ କରୁଥିବାରୁ ବିଜେଡି ଆଉ ନିଜ ତାଲିକା ଶୀଘ୍ର ଘୋଷଣା ନକରିବା ଚକ୍କରରେ ରହିଛି । ପରିବର୍ତ୍ତିତ ରଣନୀତି ଅନୁସାରେ ଦଳ ପାଇଁ ଅଧିକ ବିପଦ ଥିବା ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବିତ କରାଯିବ ବୋଲି ଚର୍ଚ୍ଚା ହେଉଛି।
ମାର୍ଚ୍ଚ ୧୮ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଟିକଟରୁ ବଞ୍ଚିତ ହେବା ପରେ ଦଳ ଛାଡୁଛନ୍ତି ଜଣକ ପରେ ଜଣେ ବିଧାୟକ,ସାଂସଦ ଓ ନେତା ।ଦଳରେ ବଢୁଥିବା ଅସନ୍ତୋଷକୁ ନେଇ ଏବେ ଟେନସନ୍ରେ ନେତା। ବିଦ୍ରୋହକୁ ଆଖି ଆଗରେ ରଖି ଦଳ ପରିବର୍ତ୍ତନ କରଛି ରଣନୀତି। ଚର୍ଚ୍ଚା ହେଉଛି ଏଣିକି ବିଜେପି ତାଲିକାକୁ ଦେଖି ଦଳ ତା’ର ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି।
ସେଥିପାଇଁ ପ୍ରଥମ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବଲାଙ୍ଗିର, ଫୁଲବାଣୀ, ଲୋଇସିଂହା, ବୀରମିତ୍ରପୁର, ବ୍ରଜରାଜନଗର, ପଟାଙ୍ଗୀ, ମାଲକାନଗିରି, ଝରିଗାଁ ଓ ଲାଞ୍ଜିଗଡ଼ ବିଧାନସଭା ଆସନ ପାଇଁ ଯଦିଓ ଅଙ୍କକଷା ଶେଷ ହୋଇଛି, ହେଲେ ତାଲିକା ପ୍ରକାଶ ପାଉନାହଁ । ପ୍ରାର୍ଥୀମାନଙ୍କୁ ଆବଶ୍ୟକ କାଗଜପତ୍ର ସହ ନୋମିନେସନ୍ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାର୍ଥୀ ଘୋଷଣା ନେଇ ଛକାପଞ୍ଝା ମଧ୍ୟରେ ବିଜେଡି ଆଜି ବିଜେପିକୁ ଟାର୍ଗେଟ କରିଛି । ସେପଟେ ନବୀନ ନିବାସରେ ଆଶାୟୀ ଓ ଅସନ୍ତୁଷ୍ଟଙ୍କ ଭିଡ଼ ଲାଗି ରହିଛି। କଣ୍ଟାବାଞ୍ଜିରୁ ଅଜୟ ଦାସଙ୍କୁ ଟିକଟ୍ ମିଳିବା ପରେ ଆୟୁବ ଖାନଙ୍କ ସମର୍ଥକ ପହଞ୍ଚି ଆୟୁବଙ୍କୁ ପ୍ରାର୍ଥୀ କରିବା ପଇଁ ଦାବି କରିଥିଲେ। ଅନ୍ୟପକ୍ଷରେ ନର୍ଲା ଆସନରୁ ଭୂପିନ୍ଦର ସିଂଙ୍କୁ ଟିକେଟ୍ ମିଳିବା ପରେ ତାଙ୍କୁ ଅଣଦେଖା କରାଯାଇଥିବା କହିଛନ୍ତି ବିଧାୟକ ଧନେଶ୍ୱର ମାଝୀ।
ଏସବୁ ଭିତରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳ କସରତ ଆରମ୍ଭ କରିଛି। ଶେଷ ଦୁଇ ପର୍ଯ୍ୟାୟର ୧୨ ଲୋକସଭା ଓ ୮୪ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଚୟନ କିଭଳି ସୁରୁଖୁରରେ ହେବ ଓ ସମ୍ଭାବ୍ୟ ବିଦ୍ରୋହକୁ କିଭଳି ଏଡ଼ାଯିବ ସେ ନେଇ ଦଳର ଟେନସନ୍ ବଢ଼ିଲାଣି ।
ବିଜେଡିରେ ବିଦ୍ରୋହ ବଢ଼ିବା ପରେ ପ୍ରଥମ ଦଫାରେ ଘୋଷଣା ହୋଇଥିବା ତାଲିକା ମଧ୍ୟରୁ ଏଯାଏଁ ୩-୪ ଜଣଙ୍କୁ ଟିକେଟ୍ ଦିଆଯାଇନଥିବା ଚର୍ଚ୍ଚା ହେଉଛି। ସେହି ସ୍ଥାନରେ ପ୍ରାର୍ଥୀଙ୍କ ସଂପର୍କରେ ଦଳ ପୁନଃବିଚାର କରିପାରେ ବୋଲି କୁହାଯାଉଛି।
from Odisha Reporter https://ift.tt/2OizGzY
No comments:
Post a Comment