
ୱେଲିଙ୍ଗ୍ଟନ୍:ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡରେ ଘଟିଥିବା ହୃଦୟଥରା ଆକ୍ରମଣ ପରେ ସ୍ତବ୍ଧ ହୋଇଯାଇଛି ସମଗ୍ର ବିଶ୍ୱ। ଆମେ ଆପଣଙ୍କୁ ସଂକ୍ଷେପରେ ଜଣାଇବୁ ଏହି କଳା ଦିବସର ତମାମ ଘଟଣା।
- ଘଟଣାସ୍ଥଳ ଅଲ ନୂର ମସ୍ଜିଦ୍ରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋରା ରଙ୍ଗ, କହରା ଚୁଟିଥିବା ସେହି ଆତଙ୍କୀ ହେଲମେଟ୍ ଓ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିଲା।
- ପୁଲିସ୍ କମିଶନର ମାଇକ୍ ବୁଶ୍ଙ୍କ କହିବା ଅନୁଯାୟୀ, ଏହି ସାଂଘାତିକ ଘଟଣା ପରେ ସହରର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। ବୁଶ୍ ଆହୁରି ମଧ୍ୟ କହିଥିଲେ, ଗୋଟିଏ ଗାଡ଼ିରେ ‘ଆଇଇଡି’ ବିସ୍ଫୋରକ ରଖା ଯାଇଥିଲା କିନ୍ତୁ ସେସବୁକୁ ନିଷ୍କ୍ରିୟ କରିଦିଆଯାଇଛି।
- ସୋଶାଲ ମିଡିଆର ବ୍ୟବହାର କରି ଦୀର୍ଘ ୧୫ ମିନିଟ୍ ଧରି ଚାଲିଥିବା ଏହି ନରସଂହାରର ସିଧା ପ୍ରସାରଣ କରିଥିଲା ବନ୍ଧୁକଧାରୀ ଆକ୍ରମଣକାରୀ।
- ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ସମସ୍ତ ମସ୍ଜିଦ୍ ବନ୍ଦ ରଖାଯାଇଛି। ଯେଉଁସବୁ ସ୍ଥାନରେ କଟକଣା ଲାଗୁ ହୋଇଥିଲା ବର୍ତ୍ତମାନ ତାହା ପ୍ରତ୍ୟାହାର କରାଯାଇଛି। ଯେଉଁମାନଙ୍କ ପିଲାଛୁଆ ସ୍କୁଲ ଯାଇଥିଲେ ସେମାନେ ବ୍ୟସ୍ତବିବ୍ରତ ହୋଇ ତାଙ୍କ ପିଲାମାନଙ୍କୁ ନେବାକୁ ବାହାରିଛନ୍ତି।
- ନ୍ୟୁଜିଲ୍ୟାଣ୍ଡରେ ନରସଂହାର ଘଟାଇଥିବା ଦକ୍ଷିଣପନ୍ଥୀ ଉଗ୍ରବାଦୀ ଅଷ୍ଟ୍ରେଲିଆ ନାଗରିକ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ କହିଛନ୍ତି। ଏହି ଆକ୍ରମଣ ଘଟାଇବା ପୂର୍ବରୁ ଆକ୍ରମଣକାରୀ ସୋଶାଲ ମିଡିଆରେ ‘ଇମିଗ୍ରାଣ୍ଟ’ ବା ‘ପ୍ରବାସୀ’ ବିରୋଧୀ, ମୁସଲିମ୍ ବିରୋଧୀ ଏବଂ ଉତ୍ତେଜନାସୃଷ୍ଟି କରୁଥିବା ଅପପ୍ରଚାର ଚଳାଇଥିବା କୁହାଯାଉଛି।
from Odisha Reporter https://ift.tt/2O8r3b1
No comments:
Post a Comment