ନ୍ୟୁଜିଲ୍ୟାଣ୍ଡରେ କଳା ଦିବସ: ଶାନ୍ତିର ନଗରୀରେ ଗର୍ଜିଲା ବନ୍ଧୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ନ୍ୟୁଜିଲ୍ୟାଣ୍ଡରେ କଳା ଦିବସ: ଶାନ୍ତିର ନଗରୀରେ ଗର୍ଜିଲା ବନ୍ଧୁକ

ୱେଲିଙ୍ଗଟନ୍‌: ବିଶ୍ୱର ଦ୍ୱିତୀୟ ଶାନ୍ତିପୂର୍ଣ୍ଣ ଦେଶ ଭାବେ ପରିଚିତ ନ୍ୟୁଜିଲ୍ୟାଣ୍ଡରେ ଏବେ ଅଶାନ୍ତିର ବାତାବରଣ। ନ୍ୟୁଜିଲ୍ୟାଣ୍ଡ ଇତିହାସରେ ଆଜିର ଶୁକ୍ରବାର କଳା ଦିବସ ଭାବେ ଉଭା ହୋଇଛି। ଗୋଟିଏ ବର୍ଷରେ ଦେଶରେ ମାତ୍ର ୩୫ଟି ହତ୍ୟା ଘଟଣା ଘଟିଥିବା ବେଳେ ଆଜି କିନ୍ତୁ ଗୋଟିଏ ଦିନରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆତଙ୍କବାଦୀ ହମ୍‌ଲା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଜଣେ ବନ୍ଧୁକଧାରୀ ଦୁଇଟି ମସଜିଦ୍‌ରେ ଆଖିବୁଜା ଗୁଳି ଚଳାଇବାରୁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି।

ଅଷ୍ଟ୍ରେଲିଆ ଥିଙ୍କ ଟ୍ୟାଙ୍କର ସର୍ଭେ ଅନୁଯାୟୀ, ଆଇସ୍‌ଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ। ଏଠାରେ ହିଂସାକାଣ୍ଡ ପ୍ରାୟ ଘଟେନାହିଁ। ଏହା ପଛକୁ ରହିଛି ନ୍ୟୁଜିଲ୍ୟାଣ୍ଡ। ଛୋଟ ଦେଶ ନ୍ୟୁଜିଲ୍ୟାଣ୍ଡରେ ଆତଙ୍କୀ କାର୍ଯ୍ୟକଳାପ ଆଦୌ ନଥିଲା କହିଲେ ଚଳେ। ନ୍ୟୁୟର୍କ ଟାଇମ୍ସର ତଥ୍ୟ ଅନୁଯାୟୀ, ୨୦୧୭ରେ ନ୍ୟୁଜିଲ୍ୟାଣ୍ଡରେ ମାତ୍ର ୩୫ଟି ହତ୍ୟାକାଣ୍ଡ ଘଟିଥିଲା। ନ୍ୟୁଜିଲ୍ୟାଣ୍ଡରେ ବନ୍ଧୁକ ମୁନରେ ନରସଂହାର କେବେ ବି ହୋଇନଥିଲା। ୨୦୦୯ରୁ ୨୦୧୯, ଏହି ୧୦ ବର୍ଷ ମଧ୍ୟରେ ଗୁଳିମାଡ଼ରେ ମାତ୍ର ୧୧ଟି ହତ୍ୟାକାଣ୍ଡ ଘଟିଛି।

ତେବେ ଶୁକ୍ରବାର ଦୁଇଟି ମସଜିଦ୍‌ରେ ଗୁଳିମାଡ଼ ଦେଶର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନ୍ୟୁଜିଲ୍ୟାଣ୍ଡରେ ସବୁ ଧର୍ମର ଲୋକ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହ ବସବାସ କରୁଥିବା ବେଳେ ଏହି ଘଟଣା ଯୋଗୁ ଏକ ପ୍ରକାରର ଘୃଣାର ପରିବେଶ ସୃଷ୍ଟି ହୋଇଛି। ଆଜିର ନରସଂହାର ମୂଳତଃ ମୁସଲିମ୍‌ ସମ୍ପ୍ରଦାୟ ଓ ଇସଲାମ ଧର୍ମକୁ ବିରୋଧ କରି ସଂଘଟିତ ହୋଇଛି। ନ୍ୟୁଜିଲ୍ୟାଣ୍ଡର ମୋଟ ଜନସଂଖ୍ୟା ୫୦ ଲକ୍ଷ ହୋଇଥିବା ବେଳେ ଏହାର ମାତ୍ର ୧% ବାସିନ୍ଦା ହେଉଛନ୍ତି ମୁସଲିମ। ତଥାପି ସେମାନଙ୍କ ଉପରେ ଆଜି ଆକ୍ରମଣ ହୋଇଛି।

ନ୍ୟୁଜିଲ୍ୟାଣ୍ଡରେ ବନ୍ଧୁକ ଉପରେ ବେଶ କଠୋର କଟକଣା ରହିଛି। ୧୯୯୦ରେ ୧୩ ଜଣ ଲୋକ ଗୁଳିମାଡ଼ରେ ନିହତ ହେବା ପରେ ଦେଶର ବନ୍ଧୁକ ପାଇଁ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ବ୍ୟକ୍ତି ମିଲିଟାରୀ ଷ୍ଟାଇଲ୍‌ ସେମି ଅଟୋମେଟିକ୍‌ ବନ୍ଧୁକ ରଖିପାରିବେ ନାହିଁ ବୋଲି ନିୟମ ରହିଛି। ଏତେ କଟକଣା ଓ ଭାଇଚାରା ଥିବା ସହରରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।



from Odisha Reporter https://ift.tt/2UDBt4X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages