ଆସିଲା ଆଉ ଏକ ରିପୋର୍ଟ: ଅଭିନନ୍ଦନଙ୍କ ପାଇଁ ଆକାଶରେ ଏମିତି ଚକ୍ରବ୍ୟୁହ ରଚିଥିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

ଆସିଲା ଆଉ ଏକ ରିପୋର୍ଟ: ଅଭିନନ୍ଦନଙ୍କ ପାଇଁ ଆକାଶରେ ଏମିତି ଚକ୍ରବ୍ୟୁହ ରଚିଥିଲା ପାକିସ୍ତାନ

ନୂଆଦିଲ୍ଲୀ: କିଛି ଦିନ ହେବ ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବିଷୟରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସୁଛି। ସେ କେମିତି ବୀରତ୍ୱର ସହ ପାକିସ୍ତାନ ଫାଇଟର ଜେଟକୁ ଟକ୍କର ଦେଉଥିଲେ ସେ ସମ୍ପର୍କରେ ତାଙ୍କର ଗୋଟିଏ ପରେ ଗୋଟିଏ ସାହସିକ କାହାଣୀ ସାମ୍ନାକୁ ଆସୁଛି।

ମହାଭାରତରେ ଅଭିମନ୍ୟୁ ସିନା କୌରବଙ୍କ ଚକ୍ରବ୍ୟୁହରେ ଫସିଯାଇଥିଲେ। ହେଲେ ଇଏ ଅଭିମନ୍ୟୁ ଶତ୍ରୁର ଚକ୍ରବ୍ୟୁହକୁ ଭେଦ କରିବାରେ ସଫଳ ହୋଇଥିଲେ। ନୂଆ ତଥ୍ୟ ଅନୁଯାୟୀ, ଅଭିନନ୍ଦନ ଗୋଟିଏ କି ଦୁଇଟି ନୁହେଁ ଏକ ସଙ୍ଗେ ସେ ଶତ୍ରୁଦେଶର ୬ଟି ବିମାନ୍‌ ସହ ଲଢ଼େଇ କରିଥିଲେ। ଆଉ ଅଭିନନ୍ଦନଙ୍କ ପରାକ୍ରମ ଆଗରେ ପାକିସ୍ତାନ ବିଷ୍ମିତ ହୋଇଥିଲା। ଆଜତକ୍‌ ପକ୍ଷରୁ ଗ୍ରାଉଣ୍ଡ ଜିରୋ ପରଖିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ଆକ୍ରମଣ କରିବା ପରେ ଫେବୃଆରୀ ୨୭ ତାରିଖରେ ଭାରତକୁ କିଛି ପାକିସ୍ତାନ୍‌ ଫାଇଟର ଜେଟ୍ ପଶିବା ପାଇଁ ଉଦ୍ୟମ କରିଥିଲେ।

ହେଲେ ଭାରତୀୟ ବାୟୁ ସେନା ପାକିସ୍ତାନର ସବୁ ଉଦ୍ୟମକୁ ପଣ୍ଡ କରିଦେଇଥିଲା। ସେଥିମଧ୍ୟରୁ ମିଗ-୨୧ର ୱିଙ୍ଗ କମାଣ୍ଡର ଅଭିନନନ୍ଦନଙ୍କ ଲଢ଼େଇ ଖୁବ୍‌ ଦୁଃସାହସିକ ଥିଲା। ଘଟଣା ଦିନ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ହୋରନ୍‌ ନାମକ ଗାଁରେ ଭାରତୀୟ ବାହୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାରାଚ୍ୟୁଟ୍‌ରୁ ତଳକୁ ଡେଇଁଥିଲେ। ଏହି ଗାଁଟି ପାହାଡ଼ ଉପରେ ରହିଛି। ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ପଥୁରିଆ ସାଙ୍ଗକୁ ରାସ୍ତାସାରା ଆବଡ଼ା ଖାବଡ଼ା।

ସେହି ଗାଁରୁ ମାତ୍ର ୨୫୦ ମିଟର ଦୂରରେ ପାକିସ୍ତାନ ଫାଇଟର୍‌ ଜେଟ୍‌ ସହ ଲଢ଼ି ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ କ୍ରାସ୍‌ ହେଲା ପରେ ଅଭିନନ୍ଦନ ସେହି ହୋରାନ୍‌ ଗାଁରେ ପାରାଚ୍ୟୁଟ୍‌ରେ ଓହ୍ଲାଇଥିଲେ। ଅଭିନନ୍ଦନ ଯେଉଁଠି ଖସିଥିଲେ ଠିକ୍‌ ସେହି ଗାଁରେ ଉକ୍ତ ବିମାନର କିଛି ଅଂଶ ମଧ୍ୟ ପଡ଼ିଥିଲା। ଆଉ ଏତେ ଜୋରରେ ଶବ୍ଦ ହୋଥିଲା ଯେ, ପୂରା ଗାଁ ଥରି ଉଠିଥିଲା। ଆଖପାଖରେ ଥିବା ଗଛ ଗୁଡ଼ିକ ମଧ୍ୟ ଦୋହଲିଥିଲା। ଶତ୍ରୁ ଦେଶର ଚକ୍ରବ୍ୟୁହରେ ଫସିଯାଇଥିଲେ ଅଭିନନ୍ଦନ। ଅଭିନନ୍ଦନ ଚାରିପଟୁ ୬ଟି ବିମାନ ଘେରିଯାଥିଲେ।

ଆଉ ଦେଖୁ ଦେଖୁ ଅଭିନନ୍ଦନଙ୍କ ବିମାନ ଉପରେ ଆକ୍ରମଣ ହେଲା। ଏହାରି ଭିତରେ ଘମାଘୋଟ୍‌ ଲଢ଼େଇ କରି ଅଭିନନ୍ଦନଙ୍କ ମିଗ୍-୨୧ ଯୁଦ୍ଧ ବିମାନ ପାକିସ୍ତାନର ଏଫ-୧୬କୁ ଖସାଇଦେଇଥିଲା । ପରେ ନିଜ ବିମାନ କ୍ରାସ୍‌ ହେବା ପରେ ଅଭିନନ୍ଦନ ପାରାଚ୍ୟୁଟ୍‌ରୁ ତଳକୁ ଓହ୍ଲାଇ ଥିଲେ।



from Odisha Reporter https://ift.tt/2H5Hswj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages