
ପୁରୀ(ଓଡ଼ିଶା ରିପୋର୍ଟର): ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାସ। ଗତ କିଛି ମାସ ମଧ୍ୟରେ ପୁରୀ ଓ ବ୍ରହ୍ମଗିରିରେ ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଦୁର୍ବୃତ୍ତମାନେ ପୁଲିସ୍ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। ତେବେ ଏହି ଘଟଣାରେ ପୁରୀ ପୁଲିସ୍ର ସ୍ପେଶାଲ୍ ଡ୍ରାଇଭ୍କୁ ସଫଳତା ମିଳିଛି।
ଏଥିରେ ସଂପୃକ୍ତି ନେଇ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦୀପକ କୁମାର ସାହୁ(୨୨), ତପନ କୁମାର ସାହୁ(୨୨), ଲିଙ୍ଗରାଜ ପ୍ରଧାନ(୨୭), ରାକେଶ ପ୍ରଧାନ(୨୨), ବିଘ୍ନେଶ ପ୍ରଧାନ(୨୪), ସୁମନ୍ତ ମାଝୀ(୧୯), ଦୀପକ ପ୍ରଧାନ(୩୮) ଓ ସୁନୀଲ କୁମାର ପ୍ରଧାନ(୨୪)। ପୁଲିସ୍ ଏମାନଙ୍କ ନିକଟରୁ ୩୩ଟି ଚୋରି ବାଇକ୍ ଜବତ କରିଛି। ଏ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଦୁର୍ବୃତ୍ତମାନେ ପୁରୀର ବିଭିନ୍ନ ସ୍ଥାନରୁ ଆଖି ପିଛୁଳାକେ ବାଇକ୍ ଚୋରି କରୁଥିଲେ। ଏହି ବାଇକ୍ ଗୁଡ଼ିକୁ ବ୍ରହ୍ମଗିରି ଅଞ୍ଚଳକୁ ପଠାଯାଉଥିଲା ବୋଲି ଜଣାପଡ଼ିଛି।
ବାଇକ୍ ଚୋରି ହେବା ଘଟଣାକୁ ନେଇ ୧୩ଟି ଥାନାରେ ମାମଲା ରୁଜୁ କରାଯାଇଥିଲା। ଯାହାକୁ ତଦନ୍ତ କରି ଏହି ରାକେଟ୍କୁ ଧରିବା ପାଇଁ ପୁରୀ ପୁଲିସ୍ର ସ୍ପେଶାଲ୍ ଡ୍ରାଇଭ ସଫଳତା ପାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇ.ଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2TE0nUZ
No comments:
Post a Comment