ପଦ୍ମ ଧରିଲେ ମିସେସ୍ ଜାଡେଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ପଦ୍ମ ଧରିଲେ ମିସେସ୍ ଜାଡେଜା

ଜାମନଗର: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ରାଜନୀତିରେ ପାଦ ଥାପିଛନ୍ତି। ରବିବାର ଗୁଜରାଟ କୃଷିମନ୍ତ୍ରୀ ଆର୍ସି ଫାଲଦୁ ଓ ସାଂସଦ ପୁନମ ମ୍ୟାଡାମଙ୍କ ଉପସ୍ଥିତିରେ ରିଭାବା ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ୍ ହେବା ପରେ ରିଭାବା କହିଥିଲେ, ମୋ ପତି (ରବୀନ୍ଦ୍ର ଜାଡେଜା)ଙ୍କ ସମର୍ଥନ ଓ ଅନୁମତିକ୍ରମେ ମୁଁ ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପ୍ରେରଣା ପାଇ ରାଜନୀତିକୁ ଆସିଛି। କୁହାଯାଉଛି ଯେ, ରିଭାବାଙ୍କ ବିଜେପିରେ ସାମିଲ ହେବା ଦ୍ୱାରା ପାର୍ଟି ସୌରାଷ୍ଟ୍ରରେ ମଜଭୁତ ହେବ।

ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ସୌରାଷ୍ଟ୍ରରେ ପଟେଲ ସମାଜର ଅସନ୍ତୋଷ କାରଣରୁ ବିଜେପିକୁ ବହୁତ କ୍ଷତି ପହଞ୍ଚି ଥିଲା। ଏଥର ରିଭାବାଙ୍କ ଯୋଗଦାନ ଦ୍ୱାରା ବିଜେପିକୁ ରାଜପୁତ ସମାଜର ଭୋଟ ମିଳିବାର ସମ୍ଭାବନା ବଢ଼ିଯାଇଛି।

ରିଭାବା ଆହୁରି କହିଛନ୍ତି, “ବିଜେପି ଏକ ଲୋକତାନ୍ତ୍ରିକ ପାର୍ଟି। ଆଗାମୀ ଲୋକସଭା ନିର୍ବାଚନରେ ମୋ ଭୂମିକା ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନେବ।” ସୂଚନାଯୋଗ୍ୟ, ରିଭାବା ୨୦୧୬ରେ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଏକ କନ୍ୟାସନ୍ତାନ ମଧ୍ୟ ଅଛି ।



from Odisha Reporter https://ift.tt/2IMoTyO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages