ପ୍ରଣବ ପ୍ରକାଶଙ୍କୁ ନେଇ ବିଜେଡିରେ ବଢ଼ୁଛି ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ପ୍ରଣବ ପ୍ରକାଶଙ୍କୁ ନେଇ ବିଜେଡିରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଚୂଡ଼ାନ୍ତ କରିବାକୁ ଚାଲିଥିବା ପ୍ରକ୍ରିୟାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ଏବେ ବିଜେଡିରେ ଅସନ୍ତୋଷ ଉଗ୍ରରୂପ ନେବାରେ ଲାଗିଛି। ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିବା ପାଇଁ ନବୀନ ନିବାସରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ପର୍ଯ୍ୟବେକ୍ଷକ ଓ ଦଳୀୟ ନେତାଙ୍କ ବୈଠକରେ ପ୍ରଣବ ଓରଫ ବବିଙ୍କ ଉପସ୍ଥିତିକୁ ଅଧିକାଂଶ ନେତା ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରୁଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିରବତାର ଫାଇଦା ଉଠାଇ ବବି ଏବେ ନବୀନ ନିବାସରେଏବେ ଦଳରେ ନିଜର ପତିଆରା ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଆଉ ବିଜେଡିର ସର୍ବେସର୍ବା ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅଜଣା ବାଧ୍ୟବାଧକତା ପାଇଁ ବବିଙ୍କ ଏଭଳି ଆଚରଣକୁ ନିରବ ସମ୍ମତି ଜଣାଉଛନ୍ତି।

ବବି ବିଜେଡିରେ ସାମିଲ ହେବାର ମାତ୍ର ୧୦ବର୍ଷ ହୋଇଥିବାବେଳେ ଆରମ୍ଭରୁ ଦଳରେ ଥିବା ବହୁ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଇ ଟିକେଟ୍ ଚୂଡ଼ାନ୍ତ କରିବା ପାଇଁ ନବୀନ ନିବାସରେ ବସୁଥିବା ବୈଠକରେ ଏକମାତ୍ର ରାଜନୀତିକ ବ୍ୟକ୍ତି ଭାବେ ବବିଙ୍କୁ ସାମିଲ କରାଯାଉଛି। ସୂଚନା ଅନୁସାରେ, ଟିକେଟ୍ ଚୟନ ପାଇଁ ଜିଲ୍ଲାୱାରି ଯେଉଁ ବୈଠକ ବସୁଛି ସେଥିରେ ସମ୍ପୃକ୍ତ ଜିଲ୍ଲାର ପର୍ଯ୍ୟବେକ୍ଷକ, ଜିଲ୍ଲାର ବରିଷ୍ଠ ନେତା(ବିଧାୟକ ଓ ସାଂସଦ)ଙ୍କ ମତାମତ ନିଆଯାଉଛି। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ, ତାଙ୍କ ପରାମର୍ଶଦାତା ଶ୍ରୀ ପାଣ୍ଡିଆନ୍, ନବୀନଙ୍କ ରାଜନୀତିକ ସଚିବ ଗୋପବନ୍ଧୁ ଦାଶ ଓ ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଉପସ୍ଥିତ ରହୁଛନ୍ତି। ରାଜ୍ୟର ରାଜନୀତିକ ସ୍ଥିତି ଓ ଅଭିଜ୍ଞତା ନଥିବା ସତ୍ତେ୍ୱ ବବିଙ୍କୁ ସେହି ବୈଠକରେ ସାମିଲ କରାଯାଉଛି।

ଜିଲ୍ଲାସ୍ତରୀୟ ନେତାମାନଙ୍କଠୁ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀ ସମ୍ପର୍କରେ ମତାମତ ନିଆଯାଉଥିବାବେଳେ ବବି ନିଜର ପତିଆରା ଦେଖାଇବା ପାଇଁ ସେହି ବୈଠକଗୁଡ଼ିକ ସମ୍ପୂର୍ଣ୍ଣ ହାଇଜ୍ୟାକ୍ କରି ନେଉଥିବା ଜଣାପଡ଼ିଛି। ଯେଉଁଥିପାଇଁ ଦଳର ବରିଷ୍ଠ ନେତା ଓ ଅନ୍ୟ ନେତାମାନେ ବାସ୍ତବ ତଥ୍ୟ ନବୀନ କିମ୍ବା ତାଙ୍କ ପରାମର୍ଶଦାତାଙ୍କ ପାଖରେ ରଖିବାରେ ସକ୍ଷମ ହେଉନାହାନ୍ତି। ଏହି ସୁଯୋଗରେ ବବି ନିଜର ସମର୍ଥକମାନଙ୍କ ସପକ୍ଷରେ ଦଳୀୟ ଟିକେଟ୍ ଚୂଡ଼ାନ୍ତ କରିବାରେ ସକ୍ଷମ ହେଉଥିବା ଜଣାପଡ଼ିଛି।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ରାଜ୍ୟରେ ବିଜେପିର ପ୍ରଭାବ ଦ୍ରୁତଗତିରେ ବଢ଼ୁଥିବାବେଳେ ବିଜେଡି ନେତୃତ୍ୱଙ୍କ ଏଭଳି ନିରବତା ହିଁ ବବିଙ୍କ ଭଳି ଅନଭିଜ୍ଞ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ ଚୟନ ବୈଠକରେ ସାମିଲ କରିବା ଦଳକୁ ଆଗାମୀ ନିର୍ବାଚନରେ ବେଶ୍ ମହଙ୍ଗା ପଡ଼ିବ। ଟିକେଟ୍ ଚୟନ ପ୍ରକ୍ରିୟାରେ ବିଜେଡି ସଭାପତି ନିରବଦ୍ରଷ୍ଟା ସାଜିବା ଓ ବବିଙ୍କୁ ପାଣ୍ଡିଆନ ମାତ୍ରାଧିକ ଗୁରୁତ୍ୱ ଦେଉଥିବାରୁ ବିଜେଡିର ବହୁ ପୁରୁଖା ଓ ପ୍ରଭାବଶାଳୀ ନେତା ନିଜକୁ ଅଣନିଃଶ୍ୱାସୀ ମନେ କରୁଛନ୍ତି। ଆଉ ଏହା ହିଁ ଦଳରେ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।



from Odisha Reporter https://ift.tt/2UEuJUm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages