ଓଡ଼ିିଆ ଭାଷାରେ ଶାସନ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୬ମାସରେ କ୍ଷତିପୂରଣ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଓଡ଼ିିଆ ଭାଷାରେ ଶାସନ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୬ମାସରେ କ୍ଷତିପୂରଣ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ଓଡ଼ିଆ ଭାଷାରେ ଶାସନ ଚାଲିବ ଓ ୬ମାସ ମଧ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂକଳ୍ପ ସମିତିର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ସଂକଳ୍ପ ପତ୍ର ବା ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱପ୍ନ ଓ ଆବଶ୍ୟକତା ତଥା ବିକାଶକୁ ପ୍ରାଧାନ୍ୟ ଦେଇ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଆ ଭାଷାରେ ଓଡ଼ିିଶାରେ ଶାସନ ଚାଲିବ। ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷା ଦିଆଯିବା ଚିଟଫଣ୍ଡ ମାମଲାରେ ୨୨ଲକ୍ଷରୁ ଅଧିକ ଜମାକାରୀଙ୍କୁ ରାଜ୍ୟସରକାର ଭଣ୍ଡାଇ ଚାଲିଛନ୍ତିା ରାଜ୍ୟରେ ବିଜେପି ସରକାର ଆସିଲେ ୬ ମାସ ଭିତରେ ଏକ ଆଇନ କରି ଜମାକାରୀମାନଙ୍କୁ ଚିହ୍ନଟ କରି ସମସ୍ତ ପଇସା ଫେରସ୍ତ କରାଯିବ।

ସେହିପରି ରାଜ୍ୟରେ ଭାଗଚାଷୀଙ୍କୁ ବିଜେଡି ସରକାର ପ୍ରତାରିତ କରି ଆସିଛି। ବିଜେପି ସରକାରକୁ ଆସିଲେ ଭାଗଚାଷୀ ଆଇନ ଆଣି ଭାଗଚାଷୀଙ୍କୁ ପ୍ରଥମେ ଚିହ୍ନଟ କରାଯିବା ଧାନ ଉପରେ ଏମଏସପି ବୃଦ୍ଧି କରାଯିବା ସହ ଆବଶ୍ୟକସ୍ଥଳେ ବୋନସ ଦିଆଯିବ। କୃଷି କ୍ଷେତ୍ରରେ ଜଳସେଚନକୁ ଅଗ୍ରାଧିକାର ଦିଆଯିବ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। କୃଷିଭିତ୍ତିକ ଇଣ୍ଡଷ୍ଟ୍ରିର ଆବଶ୍ୟକତା ରହିଛିା ଅଣୁ,କ୍ଷୁଦ୍ର ଓ ଲଘୁ ଉଦ୍ୟମକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ଯୁବପିଢ଼ି ସ୍ୱାବଲମ୍ବୀ ହୋଇପାରିବୋ ପ୍ରତି ଇଣ୍ଡଷ୍ଟ୍ରୀରେ ଓଡିଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ।

ସଂକଳ୍ପ ପତ୍ର ପାଇଁ ୱେବସାଇଟ, ଟୋଲ ଫ୍ରି ନମ୍ବର ଏବଂ ମତାମତ ବାକ୍ସ ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ନିଆଯାଉଛି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢ଼ୀ, ପ୍ରଦୀପ ନାୟକ, ସୁରେଶ ପୂଜାରୀ, ଅଶୋକ ତ୍ରିପାଠୀ, ସଜ୍ଜନ ଶର୍ମା, ସୁକେଶୀ ଓରାମ, କୃଷ୍ଣଚନ୍ଦ୍ର ପାତ୍ର, ଦିଲ୍ଲୀପ ରାଜ ବେହେରା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡାଃ. ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସଦସ୍ୟ ଅଛନ୍ତି।



from Odisha Reporter https://ift.tt/2TaWEtr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages