
ଅହମ୍ମଦନଗର:କଲେଜ୍ରେ ପୁଅ ସାଙ୍ଗଙ୍କ ସହିତ ମିଶିବାରୁ ଜଣେ ଝଅଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ। ଜଣେ ପୁଅ ସହିତ ଝିଅ ସାଙ୍ଗ ହେବାକୁ ନେଇ ସେ ବେଶ କିଛି ଦିନ ଧରି ବିରୋଧ କରି ଆସୁଥିଲେ।
ପୁଲିସ୍ ଆହୁରି ମଧ୍ୟ କହିଛି ଏହା ଅନର କିଲିଂ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। କାରଣ ଏହି ଝିଅ ଜଣକ ପୁଅଟିକୁ ବାରମ୍ବାର ମେସେଜ୍ ପଠାଉଥିଲା ଏବଂ ଉଭୟେ ଏକାଠି ପୁଅଟିର ବାଇକ୍ରେ ହିଁ କଲେଜ୍ ଯାଉଥିଲେ।
କିନ୍ତୁ ଏଭଳି ମିଳାମିଶା ବାପା ପାଣ୍ଡୁରାଙ୍ଗ ଶେରଙ୍ଗ ସେଗୁଣ୍ଡେଙ୍କ ପାଇଁ ଗ୍ରହଣୀୟ ନଥିଲା। ସେ ଝିଅକୁ ଏନେଇ ବାରମ୍ବାର ଚେତାବନୀ ଦେଇଆସୁଥିଲେ। ଗତ ମାର୍ଚ୍ଚ ୨୩ରେ ଝିଅର ଗଳାଚିପି ସେ ମାରିଦେଇଥିବା ସୂଚନା ମିଳିଛି। ସେ ଏବଂ ଝିଅର ଦୁଇ ମାମୁ ମିଶି ମୃତଦେହକୁ ପୋଡ଼ିଦେବା ସହିତ ତାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ।
ତାଙ୍କ ଘର ପାଖରେ ଥିବା ଏକ ଜଳାଶୟରୁ ଝିଅଟିର ଭଉଣୀ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଠାବ କରିଥିଲେ। ଏହାପରେ ପୁଲିସ୍ ଏହି ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା। ପୁଲି ପ୍ରାୟ ୩୫ ଜଣଙ୍କୁ ପଚରାଉଚରା ସହିତ ଉପଲବ୍ଧ ପ୍ରମାଣ ଭିତ୍ତିରେ ସେଗୁଣ୍ଡେ ଏବଂ ଝିଅର ଦୁଇ ମାମୁଙ୍କୁ ଗିରଫ କରିଥିଲା। ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ସେମାନଙ୍କ ନାମରେ ବିଭିନ୍ନ ମାମଲା ରୁଜୁ କରାଯାଇଛି।
from Odisha Reporter https://ift.tt/2I2eE7F
No comments:
Post a Comment