ଖ୍ରୀଷ୍ଟିଆନ୍‌ ମିଶେଲ୍‌ଙ୍କୁ ଆସ୍ଥାନା ଧମକାଇଥିଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଖ୍ରୀଷ୍ଟିଆନ୍‌ ମିଶେଲ୍‌ଙ୍କୁ ଆସ୍ଥାନା ଧମକାଇଥିଲେ !

ନୂଆଦିଲ୍ଲୀ: ବିବାଦୀୟ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲର ବିବଦୀୟ ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିଶେଲ ଅଭିଯୋଗ ଆଣି କହିଛନ୍ତି ଯେ ଅନ୍ୟତମ ଶୀର୍ଷ ସିବିଆଇ ଅଧିକାରୀ ରାକେଶ ଅସ୍ଥାନା ତାଙ୍କୁ କୁଆଡ଼େ ଧମକାଇଥିଲେ। ମିଶେଲ କହିଛନ୍ତି, ଅସ୍ଥାନା କୁଆଡ଼େ ତାଙ୍କୁ ଧମକାଇ କହିଥିଲେ, ‘ଭାରତ ଫେରିଲେ ତାଙ୍କ ଜୀବନ ନର୍କ କରିଦିଆଯିବ।’

ଦିଲ୍ଲୀ କୋର୍ଟଙ୍କୁ ମିଶେଲ କହିଛନ୍ତି, ଗତ ବର୍ଷ ମେ’ ମାସରେ ଦୁବାଇଠାରେ ଅସ୍ଥାନା ତାଙ୍କ ସହିତ କଥା ହୋଇଥିଲେ। ସୂଚନାଯୋଗ୍ୟ ଯେ, ଅସ୍ଥାନା ମିଶେଲର ପ୍ରତ୍ୟର୍ପଣ ଏବଂ ଅଗୁସ୍ତା ମାମଲାର ଅନୁସନ୍ଧାନ ଦାୟିତ୍ୱରେ ଥିଲେ।

ସେ ହତ୍ୟା ଅପରାଧୀ ଏବଂ ଆତଙ୍କୀଙ୍କ ସହିତ କାହିଁକି ଜେଲରେ ରହିବେ ବୋଲି ମିଶେଲ ପ୍ରଶ୍ନ କରିବାରୁ ତିହାର ଜେଲ କର୍ତ୍ତୃପକ୍ଷ କହିଥିଲେ, ଯେଉଁଠାରେ ମିଶେଲ ରହୁଛନ୍ତି ପାକିସ୍ତାନ ଏବଂ କଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ସେହି ବ୍ଲକ୍‌ରେ ରହୁନାହାନ୍ତି।

ପଟିଆଲା ହାଉସ୍‌ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ମିଶେଲର ଜେଲ ରହଣି ସମ୍ପର୍କିତ ତଥ୍ୟ ମାଗିବା ସହିତ ତାକୁ ନେବା ଆଣିବାର ସିସିଟିଭି ଫୁଟେଜ୍‌ ମଗାଇଛନ୍ତି। ମିଶେଲ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଜେଲ୍‌ରେ ନିର୍ଯାତନା ଦିଆଯାଉଛି।



from Odisha Reporter https://ift.tt/2XTi3v5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages