ନବୀନଙ୍କୁ ତିନିଟି ପ୍ରଶ୍ନ ପଚାରି ଧର୍ମେନ୍ଦ୍ର କହିଲେ, ଉତ୍ତର ନଦେବା ଯାଏ ପଚରାଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ନବୀନଙ୍କୁ ତିନିଟି ପ୍ରଶ୍ନ ପଚାରି ଧର୍ମେନ୍ଦ୍ର କହିଲେ, ଉତ୍ତର ନଦେବା ଯାଏ ପଚରାଯିବ

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଶ୍ନ ନମ୍ବର ୧– ଏ ଜି.ଡି ଡାଗା କିଏ? କେଉଁ ସ୍ୱାର୍ଥରେ ଆପଣ ପଞ୍ଜୀକୃତ ହୋଇ ନଥିବା ଏକ କମ୍ପାନୀକୁ ଆପଣ କୋଲ୍‌ ବ୍ଲକ୍ ଆବଣ୍ଟନ କରିଦେଲେ?

ପ୍ରଶ୍ନ ନମ୍ବର ୨– ୨୦୧୭ ମସିହା ନଭେମ୍ବର ୨୫ ତାରିଖରେ ସିବିଆଇ ଆପଣଙ୍କୁ ଜେରା କରିଥିଲା ନା ନାହିଁ?

ପ୍ରଶ୍ନ ନମ୍ବର ୩– ଏସବୁ କଥା ଜାଣିଥିବା ସତ୍ତ୍ୱେ କାହିଁକି ଏଗୁଡ଼ିକୁ ସତ୍ୟପାଠରେ ଉଲ୍ଲେଖ କଲେ ନାହିଁ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ତିନିଟି ପ୍ରଶ୍ନ ପଚାରିଛନ୍ତି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ତିନିଟି ପ୍ରଶ୍ନ ପଚାରିଛନ୍ତି। ଧର୍ମେନ୍ଦ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ଏହି ତିନିଟି ପ୍ରଶ୍ନର ଉତ୍ତର ନ ଦେବା ଯାଏ ବିଜେପି ପକ୍ଷରୁ ବିଭିନ୍ନ ସଭାରେ ବାରମ୍ବାର ଏହି ପ୍ରଶ୍ନ ପଚରାଯିବ।

ସେ କହିଥିଲେ, ୧୯୯୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଳ୍ପ ସମୟ ପାଇଁ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବା ବେଳେ ନାଗପୁରର ଏକ ଭୂତ କମ୍ପାନୀକୁ କୋଲ୍‌ ବ୍ଲକ୍ ଆବଣ୍ଟନ କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତେବେଳେ ଏ କମ୍ପାନୀ ପଞ୍ଜୀକୃତ ହୋଇ ନଥିଲା। ୧୯୯୯ ମସିହା ଜାନୁଆରୀ ମାସରେ ଏ କମ୍ପାନୀ ପଞ୍ଜୀକୃତ ହୋଇଥିଲା। ତେଣୁ ପ୍ରଶ୍ନ ଉଠୁଛି କେଉଁ ସ୍ୱାର୍ଥ ରଖି ସେ ଏକ ପଞ୍ଜୀକୃତ ହୋଇ ନଥିବା କମ୍ପାନୀକୁ କୋଲ୍‌ ବ୍ଲକ୍ ଦେଇଥିଲେ?

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ ୨୦୧୪ ମସିହାରେ ସିବିଆଇ ଏହି କୋଲ୍‌ ବ୍ଲକ୍‌ ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ସେତେବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ନଥିଲା। ସେତେବେଳେ ମନମୋହନ ସିଂହଙ୍କ ସରକାର ଥିଲା। ୨୦୧୭ ନଭେମ୍ବର ୨୫ ତାରିଖରେ ସିବିଆଇ ପୂର୍ବ ନୋଟିସ୍ ଅନୁଯାୟୀ ନବୀନ ପଟ୍ଟନାୟକଙ୍କୁ ଜେରା କରିଥିଲା।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନିଜ ନାଁରେ ଅପରାଧିକ ମାମଲା ଥିବା କଥା ଜାଣି ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ସେ କଥା ତାଙ୍କ ସତ୍ୟପାଠରେ ଉଲ୍ଲେଖ କଲେ ନାହିଁ? ଏ ସଂପର୍କରେ ରିଟର୍ଣ୍ଣିଂ ଅଫିସ୍‌ର ଅସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଏ ପ୍ରସଙ୍ଗରେ ଆଇନର ଦ୍ୱାରସ୍ଥ ହେବ।

ଅନ୍ୟପକ୍ଷରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି। ଧର୍ମେନ୍ଦ୍ର ନବୀନଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ବିଜେଡି ଓଲଟି ତାଙ୍କୁ ପ୍ରଶ୍ନ କରିଛି।

ବିଜେଡି ପଚାରିଛି, ବ୍ୟାପମ ଅଭିଯୁକ୍ତ ସୁଧୀର ଶର୍ମା ସହ କେନ୍ଦ୍ର ମନ୍ତ୍ରୀଙ୍କର ସଂପର୍କ ଅଛି କି ନାହିଁ? ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ପାଇଁ ଗେଷ୍ଟ ହାଉସ ବୁକିଂରେ ଆପଣଙ୍କ ଲିଙ୍କ୍ ଅଛି କି ନାହିଁ? କଟକର ୨ ଗ୍ୟାଙ୍ଗଷ୍ଟରଙ୍କ ସହ ଆପଣଙ୍କର କି ସଂପର୍କ ଥିଲା?

ସେହିଭଳି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ନେଇ ମଧ୍ୟ ବିଜେଡି ପ୍ରଶ୍ନ କରିଛି। ଦଳ କହିଛି, ୨ ବର୍ଷ ହେଲାଣି ଏହି ଆବଣ୍ଟନର ତଦନ୍ତ ସିବିଆଇ କରୁଛି, କିନ୍ତୁ ଫଳ ଶୂନ।



from Odisha Reporter https://ift.tt/2FG8s3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages