ବିଜେପିରେ ସାମିଲ୍‌ ହେଲେ ପୂର୍ବତନ ବିଜେଡି ବିଧାୟକ ଓ ମହିଳା କମିଶନ ସଦସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ବିଜେପିରେ ସାମିଲ୍‌ ହେଲେ ପୂର୍ବତନ ବିଜେଡି ବିଧାୟକ ଓ ମହିଳା କମିଶନ ସଦସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ଯୋଗଦେଇଛନ୍ତି ଆସିକାର ପୂର୍ବତନ ବିଜେଡି ବିଧାୟକ ସରୋଜ ପାଢ଼ୀ ଓ ମହିଳା କମିଶନର ପୂର୍ବତନ ସଦସ୍ୟା ତିଳୋତ୍ତମା ନାୟକ। ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଭୟ ଆଜି ଦଳରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ୍‌ କରାଇଛନ୍ତି।

ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି।

ମିଶ୍ରଣ ପର୍ବ ପରେ ଶ୍ରୀ ପାଢ଼ୀ କହିଛନ୍ତି-“ବିଜେଡିରେ ମୁଁ ଅତିଷ୍ଠ ହୋଇପଡ଼ିଥିଲି। ତେଣୁ ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଛି। ବିଜେପି ହିଁ ରାଜ୍ୟରେ ବିକାଶ କରିପାରିବ।” ସେହିପରି ଶ୍ରୀମତୀ ନାୟକ କହିଛନ୍ତି-“ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଥିବା ଶାସକ ବିଜେଡିରେ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ। ଏଭଳି ମହିଳା ବିରୋଧୀ ସରକାର ରାଜ୍ୟରେ ତୁରନ୍ତ ବଦଳିବା ଆବଶ୍ୟକ।”

ଏହି ମିଶ୍ରଣ ଦ୍ୱାରା ବିଜେପି ଆହୁରି ମଜବୁତ‌୍‍ ହେବ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2W5P5GB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages