ଶନିବାର ବିଜେପି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଶନିବାର ବିଜେପି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦିନ ପ୍ରାର୍ଥୀ ପତ୍ର ତାଲିକା ଘୋଷଣା କରିବ। ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ପ୍ରଥମ ପର୍ଯ୍ଯାୟ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ହେବ ଯେଉଁଥିରେ ମୋଟ ୯୧ ଲୋକସଭା ଆସନ ପାଇଁ ମତଦାନ ହେବ। ସୂଚନାଯୋଗ୍ୟ, ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ କରାଯିବ।

ବିଜେପିର କେନ୍ଦ୍ରୀୟ ପ୍ରଚାର ସମିତିର ବୈଠକରେ ଆଶାୟୀ ପ୍ରାର୍ଥୀଙ୍କ ବାବଦରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେପି ପ୍ରାର୍ଥୀ ଦଳର ଯୋଜନାକୁ କିଭଳି ଗ୍ରାଉଣ୍ଡ ଲେଭେଲରେ ପହଞ୍ଚାଇଛନ୍ତି, ଲୋକଙ୍କ ତାଙ୍କ ପ୍ରତି କେତେ ସମର୍ଥନ ରହିଛି, ସେଠାରେ ମୁଖ୍ୟ ବିରୋଧୀ ଦଳ କିଏ ଏବଂ ସଂପୃକ୍ତ ସଂସଦୀୟ କ୍ଷେତ୍ରରେ ସେ ଦଳର ସ୍ଥିତି କଣ ରହିଛି ଇତ୍ୟାଦି କିଛି ପ୍ରଶ୍ନ ଦଳ ଆଶାୟୀ ପ୍ରାର୍ଥୀଙ୍କୁ ପଚାରିଥିଲା। ଯୋଗ୍ୟତା ଓ ରିପୋର୍ଟ ଆଧାରରେ ଟିକେଟ ଦିଆଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Hz5n6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages