ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧିବା ନେଇ କ’ଣ କହିଲେ ଆଫ୍ରିଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧିବା ନେଇ କ’ଣ କହିଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦି ଭାରତ ଓ ପାକିସ୍ତାନ ସମ୍ପର୍କକୁ ନେଇ ଅନେକ ମନ୍ତବ୍ୟ ଦେଇଆସିଛନ୍ତି ଏବଂ ଏଥର ମଧ୍ୟ ତାଙ୍କୁ ଏଭଳି କିଛି ପ୍ରଶ୍ନ ପଚରାଯାଇଛି । ୟୁଏଇରେ ଚାଲିଥିବା ପାକିସ୍ତାନ ସୁପର୍ ଲିଗ୍ (ପିଏସ୍ଏଲ୍‌)ର ଏକ ପ୍ରେସ୍ କନ୍‌ଫରନ୍ସେରେ ଜଣେ ସାମ୍ବାଦିକ ଆଫ୍ରିଦିଙ୍କୁ ପଚାରିଥିଲେ ଯେ, ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ଆର୍ମି କ୍ୟାପ୍ ପିନ୍ଧିଥିଲେ, ଏହା ଉପରେ ଆପଣଙ୍କ ମତ କ’ଣ ।

ଏହା ମଧ୍ୟରେ ଆଫ୍ରିଦିଙ୍କ ସହ ବସିଥିବା ମ୍ୟାନେଜର କହିଥିଲେ, ଦୟା କରି ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧୀୟ ପ୍ରଶ୍ନ ପଚାରନ୍ତୁ । ଏହା ଉପରେ ସାମ୍ବାଦିକ ଜଣକ କହିଥିଲେ, ଆଫ୍ରିଦି ଜଣେ ପାକିସ୍ତାନୀ, ଏଥିପାଇଁ ତାଙ୍କୁ ଏହି ପ୍ରଶ୍ନ କରାଯାଉଛି । ଏହି ସମୟରେ ଅନାଚକ ଆଫ୍ରିଦି ଜବାବ ଦେଇ କହିଥିଲେ, ସେମାନେ (ଭାରତୀୟ କ୍ରିକେଟ୍ ଟିମ୍) କ୍ୟାପ୍ ପିନ୍ଧିଲେ ଏବଂ କାଢ଼ି ଦେଲେ ।

ଆଫ୍ରିଦିଙ୍କ ଏହି ଜବାବ ପରେ ତାଙ୍କୁ ଆଉ ଭାରତୀୟ ଟିମ୍ ସମ୍ବନ୍ଧରେ ଆଉ କୌଣସି ପ୍ରଶ୍ନ ପଚରା ଯାଇନଥିଲା ।

ଦେଖନ୍ତୁ କ’ଣ କହିଲେ ଆଫ୍ରିଦି

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଭାରତୀୟ କ୍ରିକେଟ୍ ଟିମ୍ ସ୍ୱତନ୍ତ୍ର ଡିଜାଇନର ଆର୍ମି କ୍ୟାପ୍ ପିନ୍ଧିଥିଲା । ଏହାକୁ ନେଇ ପାକିସ୍ତାନ ଆପତ୍ତି କରିଥିଲେ ହେଁ, ଆଇସିସି ଏହାର ଦୃଢ ଜବାବ ଦେଇଥିଲା ।



from Odisha Reporter https://ift.tt/2HrRebv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages