ଜୈଶ୍‌ ମୁଖ୍ୟ ମାସୁଦ୍‌ ମୃତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଜୈଶ୍‌ ମୁଖ୍ୟ ମାସୁଦ୍‌ ମୃତ!

ନୂଆଦିଲ୍ଲୀ: ଭାରତ ଏବଂ ବିଶେଷ କରି କଶ୍ମୀର ଉପତ୍ୟକାରେ ଦଶନ୍ଧି ଦଶନ୍ଧି ଧରି ଆତଙ୍କ ଚଳାଇ ଆସିଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ୍‌ ଆଝାର ପ୍ରାଣ ହରାଇଥିବାର ଖବର ମିଳିଛି। ଯଦିଓ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଏହି ଖବରକୁ ନିଶ୍ଚିତ କରିନାହାନ୍ତି, ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ମାସୁଦ୍‌ ଗୁରୁତର ଭାବରେ ଆହତ ହୋଇଥିବା ନେଇ ପାକିସ୍ତାନର ସ୍ଥାନୀୟ କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିଲେ।

ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବେଶ ସକ୍ରିୟ ଥିବା ଜୈଶ ଆତଙ୍କୀ ସଂଗଠନକୁ ପ୍ରତିଷ୍ଠା କରିଥିଲା ନିଜେ ମାସୁଦ।

ଗତ କିଛି ଦିନ ତଳେ ଖବର ସରବରାହ ସଂସ୍ଥା ସିଏନ୍‌ଏନ୍‌କୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ଏକ ସାକ୍ଷାତକାରରେ କହିଥିଲେ, ଜୈଶ ମୁଖ୍ୟ ମୌଲାନା ମାସୁଦ ପାକିସ୍ତାନରେ ଅଛି ଏବଂ ଗୁରତର ଭାବରେ ଅସୁସ୍ଥ ଅଛି।

ସୂଚନାଯୋଗ୍ୟ ଯେ, ଭାରତର ସଂସଦ ଉପରେ ଆକ୍ରମଣ ଏବଂ ପୁଲ୍‌ୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ୍‌। ହରକତ-ଉଲ-ମୁଜାହିଦ୍ଦୀନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଭାରତର ଆଇସି- ୮୧୪ ବିମାନକୁ ଅପହରଣ କରି ବଦଳରେ ଭାରତରେ ବନ୍ଦୀ ଥିବା ମାସୁଦ ଆଝାର ଏବଂ ତା’ର ସହଯୋଗୀମାନଙ୍କୁ ନେଇ ଯାଇଥିଲା। ଫଳରେ ମାସୁଦ୍‌ ନୂଆ ଜୀବନ ପାଇ କଶ୍ମୀର ଉପତ୍ୟକାରେ ହଙ୍ଗାମା ଚଳାଇ ଆସିଥିଲା।



from Odisha Reporter https://ift.tt/2Tv3bU4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages