୨ ସପ୍ତାହରେ ହ୍ରାସ କଲେ ୧୦କିଲୋ ଓଜନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

୨ ସପ୍ତାହରେ ହ୍ରାସ କଲେ ୧୦କିଲୋ ଓଜନ୍‌

ମୁମ୍ବାଇ: କଳାକାରମାନେ ପରଦା ଉପରେ ନିଜ ଚରିତ୍ରକୁ ନିଖୁଣ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଅନେକ ପରିଶ୍ରମ କରନ୍ତି। ବଲିଉଡ୍‌ରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଟ୍ ରହିବା ପାଇଁ ଓଜନ୍ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ସେମିତି ଜଣେ କଳାକାର ହେଉଛନ୍ତି ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ମଲୟାଲମ ଅଭିନେତା ଟୋନି ଲ୍ୟୁକ୍‌।

ବଦ୍‌ଲା ଫିଲ୍ମ ମାଧ୍ୟମରେ ଟୋନି ବଲ୍‌ଉଡ୍‌ରେ ଡେବ୍ୟୁ କରିବେ। ଟୋନିଙ୍କ ସହ ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ।

ହେଲେ ବଲିଉଡ୍‌ ଡେବ୍ୟୁ ପାଇଁ ଟୋନିଙ୍କୁ କମ୍‌ କସରତ୍‌ କରିବାକୁ ପଡିନି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫିଲ୍ମ ପାଇଁ ମାତ୍ର ୨ ସପ୍ତାହରେ ଟୋନି ୧୦ କିଲୋ ଓଜନ କମାଇଛନ୍ତି।

ସୂଚନାଯୋଗ୍ୟ ଯେ, ଟୋନି ଏଥିପାଇଁ ବହୁତ କଷ୍ଟକର ବ୍ୟାୟାମ କରୁଥିଲେ। ଓଜନ କମ୍‌ କରିବା ଲାଗି ସେ ବିଶେଷ ଡାଏଟ୍‌ ମଧ୍ୟ ଅନୁସରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଟୋନି ଏଥିପାଇଁ କୌଣସି ପ୍ରଫେସନାଲଙ୍କ ସହାୟତା ନେଇ ନ ଥିଲେ। ବରଂ ନିଜେ ନିଜେ ସବୁ କିଛି କରିଛନ୍ତି। ନିଜ ଫିଜିକାଲ ଟ୍ରାନ୍ସମିଶନ୍‌ ସମ୍ପର୍କରେ ଟୋନି କହିଛନ୍ତି ଯେ, ଏହି ଚରିତ୍ରରେ ପରଫେକ୍ଟ ଦେଖାଯିବା ଲାଗି ତାଙ୍କୁ ନିଜ ଶରୀରରୁ ୮ ପ୍ରତିଶତ ଫ୍ୟାଟ୍‌ କମ୍‌ କରିବାର ଥିଲା।

ଓଜନ କମ୍‌ କରିବା ଲାଗି ଟୋନି ରହି ରହି ଫାଷ୍ଟିଙ୍ଗ କରିବା ସହିତ କିଟୋ ଡାଏଟ୍‌ ଅନୁସରଣ କରିଥିଲେ। ଡାଏଟ୍‌ ସହିତ ପ୍ରତ୍ୟେକ ଦିନ ୨ରୁ ୩ ଘଣ୍ଟା ଅଧିକ ପରିଶ୍ରମ କଲାଭଳି ବ୍ୟାୟାମ୍‌ କରିବାକୁ ପଡୁଥିଲା ତାଙ୍କୁ। ଏହା ତାଙ୍କୁ ଥକା କରାଇ ଦେଉଥିଲେ ମଧ୍ୟ ଗୋଟିଏ ବି ଦିନ ଏହା ସେ କରିବା ଛାଡ଼ି ନ ଥିଲେ ।

 



from Odisha Reporter https://ift.tt/2HaMU09

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages