ପାକିସ୍ତାନରେ ପ୍ରସାରିତ ହେବନି ଆଇପିଏଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ପାକିସ୍ତାନରେ ପ୍ରସାରିତ ହେବନି ଆଇପିଏଲ୍

ନୂଆଦିଲ୍ଲୀ: ଦିନକ ପରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣକୁ ନେଇ ଏବେ ସାରା ବିଶ୍ୱ ଉତ୍ସାହିତ। ବିଶ୍ୱର ପ୍ରାୟ ସବୁ ସ୍ଥାନରେ କ୍ରିକେଟପ୍ରେମୀ ଆଇପିଏଲର ମଜା ଉଠାଇବେ, କିନ୍ତୁ ଏଥର ପାକିସ୍ତାନରେ ଏହି ବ୍ୟୟବହୁଳ ଲିଗର ପ୍ରସାରଣ ହେବ ନାହିଁ। ଏହି ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଅହମ୍ମଦ ଚୌଧୁରୀ।

ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସିଆରପିଏଫର ୪୦ରୁ ଊର୍ଦ୍ଧ୍ବ ଯବାନଙ୍କ ସହିଦ ହେବା ପରେ ଭାରତୀୟ ଅଫିସିଆଲ ବ୍ରଡକାଷ୍ଟର ପାକିସ୍ତାନ ସୁପର ଲିଗ୍ (ପିଏସଏଲ)କୁ ଭାରତରେ ପ୍ରସାରିତ ନକରିବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ଭାରତରେ ଥିବା ପିଏସଏଲ ପ୍ରଡ୍ୟୁସର ଆଇଏମଜି ରିଲାଏନ୍ସ ମଧ୍ୟ ଏହି ଆକ୍ରମଣକୁ ବିରୋଧ କରି ବିଜ୍ଞାପନ ଉପରେ ରୋକ ଲଗାଇଥିଲେ। ଏହାର ପ୍ରତ୍ୟୁତ୍ତର ଆଜି ପାକିସ୍ତାନ ଦେଇଛି।

ଫୱାଦ ଅହମ୍ମଦ ଚୌଧୁରୀ କହିଛନ୍ତି, ପିଏସଏଲ ସମୟରେ ଭାରତୀୟ କମ୍ପାନୀ ଓ ଭାରତ ସରକାର ପାକିସ୍ତାନ କ୍ରିକେଟ ସହ ଯେଉଁଭଳି ବ୍ୟବହାର କଲେ, ତାହା ଆମ ପାଇ ଗ୍ରହଣୀୟ ନଥିଲା। ପାକିସ୍ତାନ ସର୍ବଦା ରାଜନୀତିକୁ କ୍ରୀଡ଼ାଠାରୁ ଦୂରେଇ ରଖିବାକୁ ଚାହେଁ, କିନ୍ତୁ ଏଥର ଆମେ ବାଧ୍ୟ ହୋଇ ଆଇପିଏଲ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଲୁ।

ଏହାଛଡ଼ା ଭାରତୀୟ କ୍ରିକେଟ ଟିମ୍ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କଳା ପଟି ବାନ୍ଧି ଖେଳିବା ଆମକୁ ପସନ୍ଦ ନଥିଲା। ଏହା ବିରୋଧରେ ମଧ୍ୟ ଆଇସିସି କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଯଦି ପାକିସ୍ତାନରେ ଆଇପିଏଲ ପ୍ରସାରିତ ନହୁଏ, ତାହେଲେ ଏହା ଆଇପିଏଲ ଓ ଭାରତୀୟ କ୍ରିକେଟ ପାଇଁ କ୍ଷତି ହେବ ବୋଲି ଫୱାଦ ଅହମ୍ମଦ କହିଛନ୍ତି।



from Odisha Reporter https://ift.tt/2Oizy3s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages