ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ଛେଚା ଖାଇଲେ ଦୁଇ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ଛେଚା ଖାଇଲେ ଦୁଇ ଦୁର୍ବୃତ୍ତ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ତିନିଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଧରାପଡ଼ି ବହେ ଛେତା ଖାଇଛନ୍ତି। ପରେ ଗାଁ ଲୋକେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଜିମା ଦେଇଛନ୍ତି। ଆଜି ଏମିତି ଏକ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ନେଇ ଯାଉଥିଲେ। ଗଣିଆ ଥାନା ଆଡ଼କଟା ନିକଟରେ ଦୁଇ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ।

୩ ଦୁର୍ବୃତ୍ତ ଟଙ୍କା ଧରି ଚମ୍ପଟ ମାରିବା ବେଳେ କୁମ୍ଭାରପଡ଼ା ନିକଟରେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ କାବୁ କରି ବହେ ଛେଚି ଥିଲେ। ପରେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଜିମା ଦେଇଥିଲେ। ତେବେ ଅନ୍ୟତମ ଅଭିଯୁକ୍ତ ବାଇକ ନେଇ ଚମ୍ପଟ ମାରିଥିଲା। ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।



from Odisha Reporter https://ift.tt/2HzSzO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages