କିଏ ସେହି ମହିଳା ଯିଏ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଆସିଥିଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

କିଏ ସେହି ମହିଳା ଯିଏ ଅଭିନନ୍ଦନଙ୍କୁ ଛାଡ଼ିବାକୁ ଆସିଥିଲେ?

abhi

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ି ଦେଇଛି ପାକିସ୍ତାନ। ଗତକାଲି ରାତିରେ ଭାରତକୁ ଫେରିଛନ୍ତି ଅଭିନନ୍ଦନ।

ତାଙ୍କୁ ଛାଡ଼ିବାକୁ ଅଟ୍ଟାରି-ୱାଘା ସୀମା ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ବିଭାଗର କିଛି ଅଧିକାରୀଙ୍କ ସହିତ ପାକିସ୍ତାନୀ ରେଞ୍ଜର୍ସର ଅଧିକାରୀ ଆସିଥିଲେ। ତେବେ ଟିଭିରେ ଆପଣମାନେ ଦେଖିଥିବେ ଅଭିନନ୍ଦନଙ୍କ ପାଖରେ ଜଣେ ମହିଳା ଛିଡ଼ା ହୋଇଥିଲେ। ଏବେ ସେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି। ସେ ମହିଳା ଜଣଙ୍କ କିଏ?

ସେ ପାକିସ୍ତାନର ବୈଦେଶିକ ବିଭାଗରେ ଭାରତ ସଂପର୍କିତ ବ୍ୟାପାରର ନିର୍ଦ୍ଦେଶକ ଅଛନ୍ତି। ତାଙ୍କ ନାଁ ଡ. ଫରିହା ବୁଗତୀ। ସେ ଜଣେ ଏଫ୍‌ଏସ୍‌ପି (ପାକିସ୍ତାନ ବିଦେଶ ସେବା) ଅଧିକାରୀ, ଅର୍ଥାତ୍ ଆମ ଦେଶର ଆଇଏଫ୍‌ଏସ୍‌ (ଭାରତୀୟ ବୈଦେଶିକ ସେବା) ଅଧିକାରୀଙ୍କ ସମକକ୍ଷ।

bagtiପାକିସ୍ତାନରେ ବନ୍ଦୀ ନୌସେନାର ପୂର୍ବତନ ଅଧିକାରୀ କୂଲଭୂଷଣ ଯାଦବଙ୍କୁ ଯେତେବେଳେ ତାଙ୍କ ମା’ ଓ ପତ୍ନୀ ସାକ୍ଷାତ କରିବାକୁ ଯାଇଥିଲେ, ସେତେବେଳେ ମଧ୍ୟ ଫରିହା ବୁଗତୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ଗତ ୨୬ ତାରିଖରେ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ୨୭ ତାରିଖରେ ପାକିସ୍ତାନର ଯୁଦ୍ଧବିମାନ ଏଫ୍‌-୧୬ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍‌-୨୧ ଜରିଆରେ ଏହାର ଜବାବ ଦେଇଥିଲେ। ସେ ପାକିସ୍ତାନର ଏକ ଏଫ୍‌-୧୬ ଯୁଦ୍ଧବିମାନକୁ ଗୁଳି କରି ଖସାଇ ଦେଇଥିଲେ। ତେବେ ଆକାଶମାର୍ଗରେ ଯୁଦ୍ଧ ବେଳେ ଅଭିନନ୍ଦନଙ୍କ ବିମାନରେ ବି ଗୁଳି ବାଜିଥିଲା। ଏହା ପରେ ସେ ଆକାଶ ଛତା ସାହାଯ୍ୟରେ ଡେଇଁ ପଡ଼ିଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ପାକିସ୍ତାନ ସୀମାରେ ଅବତରଣ କରିଥିଲେ। ଭାରତର କଡ଼ା ଆଭିମୁଖ୍ୟ ଓ ବିଶ୍ୱସମୁଦାୟର ଚାପରେ ପାକିସ୍ତାନ ସରକାର ତାଙ୍କୁ ଛାଡ଼ି ଦେଇଥିଲେ।



from Odisha Reporter https://ift.tt/2VxWBK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages