ପୁଣି ଥରେ କପିଲ୍‌ଙ୍କ ଶୋ’ରେ ହୋଇପାରେ ସିଦ୍ଧୁଙ୍କ କମ୍‌ବ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ପୁଣି ଥରେ କପିଲ୍‌ଙ୍କ ଶୋ’ରେ ହୋଇପାରେ ସିଦ୍ଧୁଙ୍କ କମ୍‌ବ୍ୟାକ୍‌

ମୁମ୍ବାଇ: ଜମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ହମ୍‌ଲା ପରେ ଭାରତୀୟ କ୍ରିକେଟର୍‌ ତଥା ରାଜନେତା ନବଜୋତ୍‌ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ସେ ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦି କପିଲ ଶର୍ମା ଶୋ’ରୁ ବାଦ୍‌ ପଡ଼ିଥିଲେ।

କିନ୍ତୁ ଏବେ ଖବର ଆସୁଛି ଯେ ଶୋ’ର ପ୍ରଡ୍ୟୁସର ଅଭିନେତା ସଲମାନ୍‌ ଖାନ୍‌ ସିଦ୍ଧୁଙ୍କୁ ପୁଣି ଥରେ ଶୋ’କୁ ନେବାପାଇଁ ଚାହୁଁଛନ୍ତି। ଏକ ଖବରକାଗଜର ସୂଚନା ଅନୁସାରେ, ସୋନି ଟିଭି ଏବଂ ସଲମାନ ଏହି ମାମଲା ଥଣ୍ଡା ହେବାପାଇଁ ଅପେକ୍ଷା କରିଛନ୍ତି। ଏହା ପରେ ସେ ସିଦ୍ଧୁଙ୍କୁ ପୁଣିଥରେ ଶୋ’କୁ ଆଣିବେ।

ଶୋ’ରୁ ସିଦ୍ଧୁଙ୍କୁ ବାଦ ଦେବା ପରେ ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂଙ୍କୁ ଶୋ’କୁ ଅଣାଯାଇଥିଲା। ଏବେ ମଧ୍ୟ ଶୋ’ ଅର୍ଚ୍ଚନାଙ୍କ ସହ ସୁଟିଂ କରାଯାଉଛି।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଅର୍ଚ୍ଚନାଙ୍କୁ ଶୋ’ରେ ନେବା କଥା ସୋନି ଟିଭିର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରୁ ଜଣାପଡ଼ିଥିଲା। କିନ୍ତୁ ଚ୍ୟାନେଲ୍‌ କେବେ ବି ଅଫିସିଆଲି ଭାବେ  ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା କଥା ସୂଚନା ଦେଇନଥିଲା।

ଏଥିପାଇଁ ମଧ୍ୟ କେତେକ ଟ୍ୱିଟର୍‌ ୟୁଜର୍‌ ମଧ୍ୟ ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ସିଦ୍ଧୁଙ୍କୁ ସୋନି ‘ଟିଭି କପିଲ୍‌ ଶର୍ମା ଶୋ’ରୁ ବାହାର କରିଛି କି ନାହିଁ ତାହା ସାର୍ବଜନୀନ କରୁ। ଟ୍ୱିଟର୍‌ ୟୁଜର୍‌ମାନେ ଏହା ମଧ୍ୟ କହିଥିଲେ ଯେ, ଯଦି ଚ୍ୟାନେଲ୍‌ ଏହା ସ୍ପଷ୍ଟ କରିବ ନାହିଁ ତାହାଲେ ଆମେ ଚ୍ୟାନେଲ୍‌କୁ ଅନ୍‌ସବ୍‌ସ୍କ୍ରାଇବ୍‌ କରିଦେବୁ।

ରିପୋର୍ଟ ଅନୁସାରେ, ପୁଲ୍‌ୱାମାରେ ଆତଙ୍କବାଦୀ ହମଲା ପରେ ସିଦ୍ଧୁଙ୍କ ବିବାଦୀୟ ବୟାନକୁ ନେଇ ତାଙ୍କ ବିରୁଦ୍ଧରେ କ’ଣ ପଦକ୍ଷେପ ନେବ ବୋଲି ଚ୍ୟାନେଲ୍‌ ନିଶ୍ଚିତ ନଥିଲା। ଏଥିପାଇଁ ସଲମାନ୍‌ ଖାନ୍‌ ସିଦ୍ଧୁଙ୍କୁ ଶୋ’ରୁ ବାହାର କରିବା ପାଇଁ ପଦକ୍ଷେପ ନେଇଥିଲେ।

ଏହି ଶୋ’ ଏବେ ଭଲ ଚାଲିବା ସହ ଏହାର ଟିଆର୍‌ପି ମଧ୍ୟ ଭଲ ଥିବାରୁ ସଲ୍‌ମାନ୍‌ ଶୋ’କୁ ନେଇ କୌଣସି ରିସ୍କ୍‌ ନେବାକୁ ଚାହୁଁନଥିଲେ। ସୂଚନା ଅନୁସାରେ, ଅଭିନେତ୍ରୀ ଅର୍ଚ୍ଚନା ପୁରନ୍‌ ସିଂ ଶୋ’ର କିଛି ଏପିସୋଡ୍‌ ସୁଟିଂ କରିବା ପାଇଁ ସାଇନ୍‌ କରିଛନ୍ତି। ଏହା ପରେ ସିନ୍ଧୁ ପୁଣି ଶୋ’ରେ ଯୋଗ ଦେବେ।



from Odisha Reporter https://ift.tt/2TcHfh7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages