
ନୂଆଦିଲ୍ଲୀ: ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ପରାଜୟ ଟିମ୍ ଇଣ୍ଡିଆ ପାଇଁ ସର୍ତକର ଘଣ୍ଟି ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍। ବିଶ୍ୱକପ୍ ପାଇଁ ପ୍ରବଳ ଦାବିବାର କୁହାଯାଉଥିବା ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଥିଲା, କିନ୍ତୁ ଅନ୍ତିମ ତିନୋଟି ମ୍ୟାଚରେ ଘରୋଇ ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍ ଟିମ ନିକଟରୁ ହାରି ସିରିଜ୍ ହାତଛଡ଼ା କରିଥିଲା।
ଇଂଲଣ୍ଡରେ ମେ’ ୩୦ ତାରିଖରୁ ହେବାକୁଥିବା ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଏହା ଅନ୍ତିମ ୫୦ ଓଭର ଟୁର୍ଣ୍ଣାମେଣ୍ଟ ଥିଲା। ଏ ନେଇ ଡ୍ରାଭିଡ୍ କହିଛନ୍ତି, ପୂର୍ବରୁ ଲାଗୁଥିଲା ଯେ ଭାରତ ଇଂଲଣ୍ଡ ଯିବ ଏବଂ ସହଜରେ ବିଶ୍ୱକପ୍ ଜିତି ନେବ। କିନ୍ତୁ ଏବେ ଭାରତକୁ ଟାଇଟଲ୍ ଜିତିବା ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ। ଅଷ୍ଟ୍ରେଲିଆ ବିପକ୍ଷ ଫଳାପଳ ଚେତେଇ ଦେଇଛି ଯେ, ବିଶ୍ୱକପରେ ଆମକୁ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।
ଗତ ଦୁଇ ବର୍ଷରେ ଭାରତ ଭଲ ପ୍ରଦର୍ଶନ କରିଆସିଛି। ଭାରତକୁ କେବଳ କିଛି ବିଭାଗରେ ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ ହେଉଛି। ବିଶ୍ୱକପରେ ଚାପକୁ କିପରି ନିୟନ୍ତ୍ରଣ କରିବାକୁ ହେବ, ତାହା ଟିମର ସବୁ ଖେଳାଳି ଭଲଭାବେ ଜାଣିଛନ୍ତି। ମୋ ମତରେ ଅଷ୍ଟ୍ରେଲିଆ ବିପକ୍ଷ ହାରିବା ଭାରତ ପାଇଁ ଭଲ ଥିଲା, କାରଣ ଏହାଦ୍ୱାରା ଖେଳାଳିମାନେ ନିଜ ନିଜର ଭୁଲରୁ କିଛି ଶିଖିପାରିବେ। ପରାଜୟ ସତ୍ତ୍ବେ ଭାରତ ବିଶ୍ୱକପ୍ ଟାଇଟଲ୍ ପାଇଁ ଦୃଢ଼ ଦାବିଦାର। ତେଣୁ ଭାରତୀୟ ଖେଳାଳିମାନଙ୍କୁ ଏବେଠାରୁ ପ୍ରସ୍ତୁତିରେ ଲାଗିପଡ଼ିବା ଦରକାର ବୋଲି ଡ୍ରାଭିଡ୍ କହିଛନ୍ତି।
from Odisha Reporter https://ift.tt/2Fpm1US
No comments:
Post a Comment