ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଭୋଟର ଲିଷ୍ଟରେ ଆପଣଙ୍କ ନାଁ ଅଛି ତ ?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି। ୫ ବର୍ଷର ସରକାରଙ୍କ ଭବିଷ୍ୟତ ଏହି ନିର୍ବାଚନ ଉପରେ ହିଁ ନିର୍ଭର କରେ। ନିର୍ବାଚନର ମତଦାନ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମେ’ରେ ଶେଷ ହେବ। ୭ଟି ପର୍ଯ୍ୟାୟରେ ଶେଷ ହେବାକୁ ଯାଉଥିବା ଏହି ଲୋକସଭା ନିର୍ବାଚନର ଫଳାଫଳ ୨୩ ମେ’ରେ ଜନସାଧାରଣ ସମ୍ମୁଖରେ ରଖାଯିବ। ଏହି ନିର୍ବାଚନରେ ୫୪୩ଟି ଆସନରେ ବିଭିନ୍ନ ଦଳ ଭାଗରେ ନେବାକୁ ଯାଉଛନ୍ତି।

ଏପରି ଏକ ମଉକାରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନିଜ ମନ ପସନ୍ଦର ସରକାର ବାଛିବେ। ତେବେ ନିର୍ବାଚନ ଆୟୋଗ ଦେଇଥିବା ସୂଚନା ଅନୁସାରେ ଏଥର ଏକ କୋଟିରୁ ଅଧିକ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ରହିଛି। ତେବେ ଆପଣ ଯଦି ଏହି ଭୋଟର ଲିଷ୍ଟରେ ରହିଛନ୍ତି, ତେବେ ମନେ ରଖନ୍ତୁ ନିଜ ଅଧିକାରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ନାମକୁ ଭୋଟର ଲିଷ୍ଚରେ ଉଠାଇବାକୁ ପଡ଼ିବ।

ଏଥିପାଇଁ ନିର୍ବାଚନ ଆୟୋଗ ଆଇଡି କାର୍ଡ ଜାରି କରିଥାନ୍ତି। ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଷ୍ଟେପ୍‌ କହିବୁ, ଯାହାକୁ ଅନୁସରଣ କରି ଆପଣଙ୍କ ନାମ ଭୋଟର ଲିଷ୍ଚରେ ଅଛି କି ନାହିଁ ଆପଣ ଜାଣିପାରିବେ।

ଭୋଟର ଲିଷ୍ଟରେ ଆପଣଙ୍କ ନାମକୁ ଏପରି ଚେକ୍ କରନ୍ତୁ:

  • ଏଥିପାଇଁ ସର୍ବପ୍ରଥମେ ଅନ୍‌ଲାଇନ୍‌ରେ ନିର୍ବାଚନ ଆୟୋଗର ୱେବ୍‌ସାଇଟ୍‌ ନ୍ୟାସନାଲ୍‌ ଭୋଟର ପୋର୍ଟାଲ୍‌କୁ ଯାଆନ୍ତୁ ଏବଂ  https://www.nvsp.in/ କୁ ଲଗ୍‌ଇନ୍‌ କରନ୍ତୁ।
  • ଏଠାରେ ଆପଣ ଦୁଇ ପ୍ରକାର ଭୋଟର ଲିଷ୍ଟରେ ଆପଣଙ୍କ ନାମକୁ ଚେକ୍‌ କରିପାରିବେ। ପ୍ରଥମତଃ ମାନ୍ୟୁଆଲି ନିଜର ସମସ୍ତ ସୂଚନା ଦେଇପାରିବେ କିମ୍ୱା ଦ୍ୱିତୀୟରେ ଆପଣ ନିଜର ଇଲେକ୍ଟ୍ରୋଲ ଫଟୋ ଆଇଡି କାର୍ଡ(EPIC) ନମ୍ୱର ମଧ୍ୟ ପକାଇପାରିବେ। ଏହି ଆଇଡି କାର୍ଡ ନମ୍ୱର ଆପଣଙ୍କ ଭୋଟର ଆଇଡିର କାର୍ଡରେ ରହିଛି।
  • ଯଦି ଆପଣଙ୍କର (EPIC) ନମ୍ୱର ଅଛି ତେବେ ୱେବସାଇଟ୍‌ରେ ଏନ୍‌ବିଏସ୍‌ସି ଇଲେକ୍ଟ୍ରୋଲ୍‌ ପେଜ୍‌ରେ ଲଗ୍‌ଇନ୍‌ କରନ୍ତୁ। ଏଠାରେ ଆପଣଙ୍କୁ (EPIC) ନମ୍ୱରରେ ସର୍ଚ୍ଚ କରିବାକୁ ପଡ଼ିବ।
  • ଏହାପରେ ଆପଣ ନିଜର (EPIC) ଦେଇ ନିଜ ରାଜ୍ୟର ଚୟନ କରନ୍ତୁ।
  • ରାଜ୍ୟ ଚୟନ କରିବା ପରେ ଆପଣଙ୍କୁ ଏକ କୈପ୍‌ଚା କୋଡ୍‌ ମିଳିବ ଯାହାକୁ ସଠିକ୍‌ ଭାବରେ ଟାଇପ୍‌ କରି କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କ ନାମ ଭୋଟିଂ ଲିଷ୍ଟରେ ଅଛି କି ନାହିଁ ଆପଣ ଜାଣିପାରିବେ।
  • ଯଦି ସର୍ଚ୍ଚ କରିବା ପରେ ମଧ୍ୟ ଆପଣଙ୍କ ନାମ ଆସୁନାହିଁ ତେବେ ଜାଣିବେ ଯେ ଆପଣଙ୍କ ନାମ ଭୋଟର ଲିଷ୍ଟରେ ନାହିଁ।
  • ତେବେ ଯଦି ଆପଣଙ୍କର (EPIC) ନମ୍ୱର ନାହିଁ, ଏଥିପାଇଁ ଆପଣଙ୍କୁ ଏନ୍‌ବିଏସ୍‌ସିର ସର୍ଚ୍ଚ ପେଜ୍‌ରେ ଲଗ୍‌ଇନ୍‌ କରିବାକୁ ପଡ଼ିବ।  ଏହାପରେ ଏହି ପେଜ୍‌ରେ ଥିବା ଫର୍ମରେ ଆପଣ ନିଜର ସମସ୍ତ ସୂଚନା ଦିଅନ୍ତୁ। ଯେଉଁଥିରେ ଆପଣଙ୍କୁ ନାମ, ଲିଙ୍ଗ, ବୟସ, ନିର୍ବାଚନ କ୍ଷେତ୍ର ଆଦି ତଥ୍ୟ ଦେବାକୁ ପଡ଼ିବ।
  • ଏହା ପରେ ଆପଣ ଜାଣିପାରିବେ ଯେ, ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ।
  • ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ଏବଂ ଆପଣଙ୍କ ପାଖରେ ଭୋଟର ଆଇଡି କାର୍ଡ ଅଛି କିନ୍ତୁ ଭୋଟର ଲିଷ୍ଟରେ ଆପଣଙ୍କ ନାମ ନାହିଁ ତେବେ ନିଜ ନିର୍ବାଚନ କ୍ଷେତ୍ରରେ ଥିବା ନିର୍ବାଚନ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।


from Odisha Reporter https://ift.tt/2u6BMty

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages