
ଲକ୍ଷ୍ନୌ: ଦଳିତ, ନିଷ୍ପେସିତ ଏବଂ ପଛୁଆ ବର୍ଗଙ୍କ ନାଁରେ ରାଜନୀତି କରୁଥିବା ବିଏସ୍ପି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପୂର୍ବତନ ପିଏସ୍ ନେତ ରାମ୍ଙ୍କ ଘରେ ଆୟକର ଚଢ଼ଉ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ଅବସର ପ୍ରାପ୍ତ ପ୍ରଶାସକଙ୍କ ଘରୁ କେବଳ ସମ୍ପତ୍ତି ବା ନଗଦ ଟଙ୍କା ନୁହେଁ, ଦାମୀ କଲମ ମଧ୍ୟ ଜବତ କରାଯାଇଛି।
ତାଙ୍କର ବିଭିନ୍ନ ଠିକଣାରୁ ୧.୬୪ କୋଟିର ନଗଦ ଟଙ୍କା ଏବଂ ୨୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ଦସ୍ତାବିଜ୍ ସହିତ ୫୦ ଲକ୍ଷ ଟଙ୍କାର ମଣ୍ଟ ବ୍ଲାଙ୍କ୍ କଲମ ଜବତ ହୋଇଛି।
ସେ କୋଟି କୋଟି ଟଙ୍କାର ଆୟକର ଠକେଇ କରିଥିବା ସନ୍ଦେହରେ ହୋଇଥିବା ଏହି ଚଢ଼ଉରୁ ଏହି ରହସ୍ୟସବୁ ଉପରୁ ପରଦା ଉଠିବାରେ ଲାଗିଛି। ଏହି ୧୯୭୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମାୟାବତୀ ମୁଖ୍ୟ ମନ୍ତ୍ରୀ ଥିବା ସମୟରେ ତାଙ୍କର ଘନିଷ୍ଠ ଥିଲେ। ୨୦୦୭ରୁ ୨୦୧୨ ଯାଏ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱରେ ଥିଲେ। କ୍ଷମତାର ଦୁରୁପଯୋଗ କରି ଏହି ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଆସିଥିଲା।
from Odisha Reporter https://ift.tt/2VWdTRd
No comments:
Post a Comment